କୁଲଦୀପଙ୍କ ଡବଲ ଶିକାର: ପ୍ୟାଭିଲିୟନ ଫେରିଲେ ଫକର, ବାବର

104

କନକ ବ୍ୟୁରୋ: ମାଞ୍ଚେଷ୍ଟର ମହାମୁକାବିଲାରେ ପାକିସ୍ତାନକୁ ୩ୟ ଧକ୍କା । ଲଗାତାର ୨ୟ ଓ ୩ୟ ୱିକେଟ ହରାଇଲା ପାକିସ୍ତାନ । ବ୍ୟାଟ୍ସମ୍ୟାନ ବାବର ଓ ଫକର ପଡିଆରୁ ବିଦା । ଦୁଇ ବ୍ୟାଟ୍ସମ୍ୟାନ ବିଦାହେବା ସହ ପାକିସ୍ତାନର ୩ୟ ୱିକେଟ ପତନ । ୪୮ ରନ କରି ପାଭିଲିୟନକୁ ଫେରିଲେ ବାବର ଆଜମ । ଫକର ଜମାନ ମଧ୍ୟ ୬୨ ରନ କରି ପ୍ୟାଭିଲିୟନ ଫେରିଲେ । ଭାରତୀୟ ସ୍ପିନର କୁଲଦୀପଙ୍କ ଘାତକ ବୋଲିଂରେ ଘାଇଲା ହେଲେ ୨ ବ୍ୟାଟ୍ସମ୍ୟାନ ।


ତେବେ ପୂର୍ବରୁ ୧୩ ରନର ପ୍ରଥମ ୱିକେଟ ହରାଇଥିଲା ପାକିସ୍ତାନ । ଇମାମଙ୍କୁ ୭ ରନରେ ପାଭିଲିୟନକୁ ବିଦା କରିଥିଲେ ବିଜୟ ଶଙ୍କର ।