ଜୁନିଅର ବିଶ୍ୱକପରେ ଭାରତର ହାଟ୍ରିକ ବିଜୟ । ୧୦ ୱିକେଟରେ ଜିମ୍ବାୱେକୁ କଲା ପରାସ୍ତ । କ୍ୱାଟର ଫାଇନାଲରେ ସ୍ଥାନ ପକ୍କା

25

ଅଣ୍ଡର -୧୯ ବିଶ୍ୱକପରେ ଭାରତର ଦମଦାର ପ୍ରଦର୍ଶନ ଜାରି । ଗ୍ରୁପ ବି ର ଶେଷ ମ୍ୟାଚରେ ପୃଥୀ ଶାହାଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିବା ସହ ଏହି ଟୁର୍ଣ୍ଣାମେଂଟରେ ହାଟ୍ରିକ ବିଜୟ ହାସଲ କରିଛି ।

ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି୪୮.୧ ଓଭରରେ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା । ତେବ ଭାରତୀୟ ଯୁବ ବାହିନୀ ଦୃଢ ଜବାବ ଦେଇଥିଲା । କୌଣସି ୱିକେଟ ନହରାଇ ୨୧.୪ ଓଭରରେ ୧୫୫ ରନ କରି ବିପକ୍ଷ ଦଳକୁ ଧୂଳି ଚଙ୍କାଇଥିଲା । ଭାରତ ପକ୍ଷରୁ ଶୁଭମ ଗିଲ ୯୦ ରନ କରିଥିବା ବେଳେ ହାର୍ଦ୍ଦିକ ଦେଶାଇ ବ୍ୟକ୍ତିଗତ ଭାବେ ୫୬ ରନ କରିବାକୁ ସମର୍ଥ ହୋଇଥିଲେ ।

ଭାରତ କ୍ୱାଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି । ପୂର୍ବରୁ ଭାରତ ଅଷ୍ଟ୍ରେଲିଆକୁ ୧୦୦ରନରେ ହରାଇଥିବା ବେଳେ ପପୁୟା ନ୍ୟୁ ଗିନିକୁ ୧୦ ୱିକେଟରେ ହରାଇଥିଲା ।ଟସ ଜିତିବା ପରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୫୪ ରନ କରିଥିଲା । ଜବାବରେ ଭାରତକୁ ୧୫୫ ରନର ଟାର୍ଗେଟକୁୁ ନେଇ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲା ।

ଜିମ୍ବାୱେ ପକ୍ଷରୁ ମିଲଟନ ସୁମ୍ବା ୩୬ ରନ କରିଥିବା ବେଳେ ଲିଆମ ନିକୋଲସ, ୩୧ ମାଗାଓୟାର ୩୦ ରନ କରିଥିଲେ । ଭାରତ ପକ୍ଷରୁ ଅନୁକୂଳ ରାୟ ୪ ୱିକେଟ ନେଇଥିବା ବେଳେ ଅଭିଷେକ ଶର୍ମା ଓ ଅର୍ସାଦୀପ ୨ଟି ଲେଖାଏ ୱିକେଟ ନେଇଥିଲେ ।