କନକ ବ୍ୟୁରୋ: ମା’ ହେଲେ ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି । ଜୟପୁରର ଏକ ହସ୍ପିଟାଲରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଟିନା ଡାବି । ଘରକୁ କୁନି ଅତିଥି ଆସିବା ପରେ ଆଇଏଏସ୍ ଦମ୍ପତ୍ତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।

Advertisment

୨୦୧୫ ବ୍ୟାଚର ଆଇଏଏସ୍ ଟପ୍ପର ଓ ରାଜସ୍ଥାନ କ୍ୟାଡରର ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି ଓ ଆଇଏଏସ୍ ସ୍ୱାମୀ ପୁତ୍ର ସନ୍ତାନକୁ ପାଇ ବେଶ୍ ଖୁସି । ଜୁଲାଇ ୫ରୁ ଟିନା ଡାବି ମ୍ୟାଟରନିଟି ଲିଭରେ ଥିବାରୁୁ ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚର ଆଇଏଏସ୍ ଆଶିଷ ଗୁପ୍ତାଙ୍କ ଦାୟିତ୍ୱ ଦିଆଯାଇଥିଲା ।