କନକ ବ୍ୟୁରୋ : ଉତ୍ତରପ୍ରଦେଶ କ୍ୟାଡରର୍‌ ଆଇଏଏସ୍‌ ଅଧିକାରୀ ରବୀନ୍ଦ୍ର କୁମାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ସେ ଦେଶର ପ୍ରଥମ ଆଇଏଏସ୍‌ ଅଧିକାରୀ ଭାବେ ଏହି ସଫଳତା ହାସଲ କରିଛନ୍ତି । ଗଙ୍ଗା ନଦୀକୁ ସଫା ରଖିବା ଉଦେଶ୍ୟରେ ଏହି  ଅଭିନବ ଅଭିଯାନ କରିଛନ୍ତି । ସେ ‘ସ୍ୱଚ୍ଛ ଗଙ୍ଗା ସ୍ୱଚ୍ଛ ଭାରତ ୨୦୧୯’ ଅଭିଯାନ ଜରିଆରେ ଗଙ୍ଗା ଜଳ ସାଥିରେ ନେଇ ଗତ ମେ ୨୩ ତାରିଖର ଏଭ୍‌ରେଷ୍ଟ ଶୃଙ୍ଗକୁ ଯାତ୍ରା କରି ଚର୍ଚ୍ଚା ପାଲଟିଛନ୍ତି ।

Advertisment

ରବୀନ୍ଦ୍ର କୁମାରଙ୍କୁ ନିକଟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟରେ ନିଯୁକ୍ତି ମିଳିଛି ।  ଗଙ୍ଗାକୁ ସ୍ବଚ୍ଛ ରଖିବା ବାର୍ତ୍ତା ଦେବା ଉଦେଶ୍ୟରେ ରବୀନ୍ଦ୍ର ଏପରି କାର୍ଯ୍ୟ କରିଛନ୍ତି । ଜାଣି ରଖନ୍ତୁ ଯେ ଏଭରେଷ୍ଟ ଯାତ୍ରା କରିବାରେ ରବୀନ୍ଦ୍ର ହେଉଛନ୍ତି ପ୍ରଥମ ଆଇଏଏସ୍‌ ଅଫିସର୍‌ । ତାଙ୍କ ପୂର୍ବରୁ କୌଣସି ଆଇଏଏସ୍‌ ଅଫିସର ଏଭରେଷ୍ଟ ଯାତ୍ରା କରି ନ ଥିଲେ ।

publive-imageତାଙ୍କର ଏପରି ନିଷ୍ପତ୍ତି ପଛର କାରଣ କ’ଣ ବୋଲି ଏକ ସାକ୍ଷାତ୍‌କାରରେ ପଚରା ଯିବାରୁ ସେ କହିଛନ୍ତି, ‘ଜଳ, ବିଶେଷ କରି ପାନୀୟ ଜଳ ସଭିଙ୍କର ଅତ୍ୟାବଶ୍ୟକୀୟ । ୨୦୨୦ ସୁଦ୍ଧା ଦିଲ୍ଲୀ ପରି ଆହୁରି କେତେକ ଭାରତୀୟ ସହରରେ ଜଳର ବିଶେଷ ଅଭାବ ପରିଲକ୍ଷିତ ହେବ । ଭବିଷ୍ୟତରେ ପାନୀୟ ଜଳର ଅଭାବ ଦୂର କରିବା ଲକ୍ଷ୍ୟରେ ମୁଁ ଏପରି ଚିନ୍ତା କରିଛି ।’