ଆଇଏଏସ ଏବଂ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ: ବଦଳିରେ କିଛି ଜିଲ୍ଲାର ଜିଲ୍ଲାପାଳ…

1,677

କନକ ବ୍ୟୁରୋ: ଆଇଏଏସ ଏବଂ ଓଏଏସ ସ୍ତରରେ ଅଦଳବଦଳ । ଉଭୟ କ୍ଷେତ୍ରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୧ ଆଇଏଏସ ଏବଂ ୧୦ ଓଏଏସଙ୍କ ଅଦଳବଦଳ କଲେ ରାଜ୍ୟ ସରକାର ।

ଅର୍ଚ୍ଚନା ପଚ୍ଚନାୟକ ହେଲେ ଉଠା ଜଳସେଚନ ନିଗମର ନିର୍ଦ୍ଦେଶକ । ନିରଞ୍ଜନ ସାହୁ ହେଲେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ । ଏଥିସହ ନିରଞ୍ଜନଙ୍କୁ ଶ୍ରମ କମିଶନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି । ଦାସରଥି ଶତପଥୀ ହେଲେ ଓଡିଶା ବିଧାନସଭାର ସଚିବ । ନିର୍ମଳ ଚନ୍ଦ୍ର ମିଶ୍ର ହେଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ । ଅଞ୍ଚନ କୁମାର ମାଣିକଙ୍କୁ କଟକ ଅବକାରୀ କମିଶନର ଦାୟିତ୍ୱ । ତ୍ରୀବିକ୍ରମ ପ୍ରଧାନ ହେଲେ ଅବକାରୀ ବିଭାଗର ଅତିରିକ୍ତ ସଚିବ ।

ବଦଳିଲେ କେନ୍ଦ୍ରାପଡା ଜିଲ୍ଲାପାଳ । ସମର୍ଥ ବର୍ମା ହେଲେ କେନ୍ଦ୍ରାପଡାର ନୂଆ ଜିଲ୍ଲାପାଳ । ବାଲେଶ୍ୱରର ମଧ୍ୟ ଜିଲ୍ଲାପାଳ ବଦଳିଲେ । ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ବାଲେଶ୍ୱରର ନୂଆ ଜିଲ୍ଲାପାଳ । ପୁମା ଟୁଡୁ କୋରାପୁଟ ଜିଲ୍ଲାପାଳ । ମଧୁସ୍ମିତା ସାହୁ ନୂଆପଡା ଜିଲ୍ଲାପାଳ । ଲଲାଟେନ୍ଦୁ ମିଶ୍ର ହେଲେ ବୌଦ୍ଧ ଜିଲ୍ଲାପାଳ । ସୀତାଂଶୁ ରାଉତ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସଂଗ୍ରାମ କେଶରୀ ମହାପାତ୍ର ହେଲେ ଜଗତସିଂହପୁର ଜିଲ୍ଲାପାଳ ।