କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ ମହିଳା ସଂରକ୍ଷଣ ବିଧେୟକ ପାରିତ କରି କେନ୍ଦ୍ର ସରକାର ଖୁସି ମନାଉଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି ଶାସିତ ସରକାରରେ ଜଣେ ୧୨ ବର୍ଷର ନାବାଳିକାଙ୍କୁ ଯେଭଳି ଭାବେ ଦୁଷ୍କର୍ମ କରାଗଲା ତାହାକୁ ନେଇ ବିରୋଧୀ ଏବେ ବିଜେପିକୁ ଘେରିଛନ୍ତି । ହେଲେ ଦୁଷ୍କର୍ମକାରୀର ବାପା ଏହାକୁ ରାଜନୀତିରୁ ଉଦ୍ଧ୍ୱର୍ରେ ରଖି ଏଭଳି ମତ ଦେଇଛନ୍ତି କି ଯାହା ତାଙ୍କର ଦେଶପ୍ରତି ଓ ଦେଶର ଆଇନଶୃଙ୍ଖଳା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଉଜୈନ ନାବାଳିକା ଦୁଷ୍କର୍ମ ମାମଲାରେ ଗରିଫ ହୋଇଥିବା ଭରତ ସୋନୀ ନାମକ ଯୁବକଙ୍କ ବାପା କହିଛନ୍ତି କି ମୋ ପୁଅ ଯେଉଁ ପାପ କରିଛି ସେଥିପାଇଁ ଦେଶର ଆଇନ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରୁ । ଏହାସହ ସେ ସ୍ଥାନୀୟ ବାର ଆସୋସିଏସନକୁ ଆବେଦନ କରି ତାଙ୍କ ପୁଅ ସପକ୍ଷରେ କୌଣସି ଓକିଲ ମାମଲା ନ ଲଢନ୍ତୁ ବୋଲି ଅନୁରୋଧ କରିଛନ୍ତି ।
ସେପେଟ ଏହି ମାମଲାରେ ବିରୋଧୀ କଂଗ୍ରେସ ମଧ୍ୟପ୍ରଦେଶ ସରକାରଙ୍କୁ ଟାର୍ଗେଟ୍ କରିଛି । କଂଗ୍ରେସ ତରଫରୁ ଏହି ମାମଲାରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବୟାନ ଦାବି କରାଯାଇଛି ।
ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଭରତ ସୋନୀଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି । ଏହାପରେ ଭରତ ସୋନୀର ପିତା ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ଏକ ଲଜ୍ଜାଜନକ କାମ ବୋଲି କହିଛନ୍ତି । ଏହାସହ ଭରତ ସୋନୀଙ୍କ ପିତା କହିଛନ୍ତି କି ମୋ ପୁଅ ଅପରାଧ କରିଛି ତେଣୁ ତାକୁ ଫାଶି ଦେବା ଦରକାର ।