ବିଜେଡିକୁ ଯିବା ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଲେ ନବ ଦାସ । କହିଲେ, କଂଗ୍ରେସରେ ରହିବି ଓ ୨୦୧୯ରେ କଂଗ୍ରେସରୁ ହିଁ ନିର୍ବାଚନ ଲଢିବି

530

କନକ ବ୍ୟୁରୋ: କଂଗ୍ରେସ ନେତା ନବ ଦାସ ବିଜେଡିକୁ ଯିବା ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କଂଗ୍ରେସରେ ରହିବେ ଓ ୨୦୧୯ରେ କଂଗ୍ରେସରୁ ନିବାଚନ ଲଢିବେ ବୋଲି କହିଛନ୍ତି । କଂଗ୍ରେସ ଦଳରେ ଅଛି, ଅନ୍ୟ କୌଣସି ଦଳକୁ ଯିବାର ନାହିଁ । ଯେଉଁ ଚର୍ଚ୍ଚା ଚାଲିଛି, ସେମିତି କିଛି ହେଲେ ଜଣାଇବି ବୋଲି ନବ ଦାସ କହିଛନ୍ତି । କିଛି ଦିନ ହେବ ବିଜେଡିରେ ନବ ଦାସ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି ।

କଂଗ୍ରେସର ହେଭିୱେଟ ନେତା ତଥା ପିସିସି କାର‌୍ୟ୍ୟକାରୀ ସଭାପତି ନବ ଦାସଙ୍କୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ । କାରଣ ବିଜେଡ଼ିକୁ ଯିବା ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତିପଶ୍ଚିମ ଓଡ଼ିଶା କଂଗ୍ରେସର ଏହି ଟାଣୁଆ ନେତା । ଗତ କିଛି ଦିନ ତଳେ ଖୋଦ୍ ନବ ଦାସ କଂଗ୍ରେସ ନଛାଡ଼ିବା ନେଇ ଏକ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖିଥିଲେ ।

କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ନବ ଦାସ ହାତ ଛାଡ଼ି ଶଙ୍ଖ ଧରିବାକୁ ମନବଳାଉଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଖୋଦ୍ ନବ ଦାସ ଏହାକୁ ଖଣ୍ଡନ କରି କହିଛନ୍ତି କି, ସେ କଂଗ୍ରେସରେ ରହିବେ ଓ ୨୦୧୯ରେ କଂଗ୍ରେସରୁ ନିବାଚନ ଲଢିବେ ବୋଲି । ନିକଟରେ ଏକ ସାକ୍ଷାତକାରରେ ନବ ଦାସ କହିଥିଲେ କି, ବର୍ତ୍ତମାନ ସେ କଂଗ୍ରେସରେ ଅଛନ୍ତି କିନ୍ତୁ ଭବିଷ୍ୟତ କଥା ସେ ଜାଣି ନାହାନ୍ତି ବୋଲି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଥିଲା ।