କନକ ବ୍ୟୁରୋ : କଂଗ୍ରେସ ଆଜି ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି । ଏହି କ୍ରମରେ ଦଳର କର୍ମକର୍ତ୍ତାମାନେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ହେଲେ କଂଗ୍ରେସର ଏହି ଭାରତ ଯୋଡ ଅଭିଯାନକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାକୁ ପାକିସ୍ତାନ ଯୋଡ ଯାତ୍ରା ବୋଲି କହିଛନ୍ତି । ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଭାରତ ଯୋଡ ଯାତ୍ରା ପାକିସ୍ତାନରୁ ଆରମ୍ଭ ହେବା ଆବଶ୍ୟକ । କାରଣ ଭାରତ ପ୍ରଥମରୁ ଯୋଡି ହୋଇ ରହିଛି ବୋଲି ହିମନ୍ତ କହିଥିଲେ ।

Advertisment

ସେପଟେ ହିମନ୍ତ ବିଶ୍ୱଶର୍ମାଙ୍କର ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରବକ୍ତା ଜୟରାମ ରମେଶ । ସେ କହିଛନ୍ତି କି ହିମନ୍ତ ବିଶ୍ୱଶର୍ମାଙ୍କ ବୟାନକୁ କଂଗ୍ରେସ ଗୁରୁତ୍ୱର ଭାବେ ନେଇ ନାହିଁ । କାରଣ ସେ ଏବେ ବିଜେପି ପାଖରେ ନିଜର ବିଶ୍ୱସନୀୟତା ପ୍ରମାଣ କରିବାକୁ ଏଭଳି ବୟାନ ଦେଉଛନ୍ତି । ହିମନ୍ତ ୨୦-୨୫ ବର୍ଷ ଧରି କଂଗ୍ରେସ ସହ ଥିଲେ । ଏବେ ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ନେତୃତ୍ୱଙ୍କ ନିକଟରେ ନିଜର ବିଶ୍ୱସନୀୟତା ପ୍ରମାଣ କରିବାକୁ ସେ ଏଭଳି ବୟାନବାଜୀ କରୁଥିବାରୁ ତାଙ୍କ କଥାକୁ କଂଗ୍ରେସ ଗରୁତ୍ୱ ଦିଏ ନାହିଁ ବୋଲି ଜୟରାମ ରମେଶ ସ୍ପଷ୍ଟ କରିଛନ୍ତି ।