ସ୍ୱାମୀ ହେଲା ସଇତାନ୍

24

ସ୍ୱାମୀ ହେଲା ସଇତାନ୍ । ସ୍ତ୍ରୀକୁ ହତ୍ୟାକରି କଟା ହାତ ନେଇ ଫେରାର ହୋଇଯାଇଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ଅନ୍ତର୍ଗତ ଅରଡ ଗାଁରେ । ଯେଉଁଠି ଏକ ଘରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତହେଦ ଉଦ୍ଧାର କରିଛି ପୁଲିସ । ମହିଳାଙ୍କ ହାତ ଦୁଇଟି କଟା ଯାଇଥିବା ବେଳେ ତାଙ୍କ ଦେହର ଅଧିକାଂଶ ଯାଗାରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ମୃତ ମହିଳା ହେଲେ ସରସ୍ୱତୀ ମଲ୍ଲିକ । ସରସ୍ୱତୀଙ୍କର  ତାଙ୍କ ସ୍ୱାମୀ ସହ ମତାନ୍ତର ଯୋଗୁଁ କିଛି ଦିନ ହେବ ଉଭୟ ଅଲଗା ଅଲଗା ଘର ଭଡା ନେଇ ରହୁଥିଲେ । ତେବେ ଗତକାଲି ଉଭୟ ସ୍ୱାମୀ,ସ୍ତ୍ରୀ ଓ ୨ ଛୁଆ ନିଜ ପୈତୃକ ବାସଭବନରେ ଆସି ରହିଥିଲେ । ତେବେ ହଠାତ ସଂନ୍ଧ୍ୟାରେ କାଳନ୍ଦୀ ମଲ୍ଲିକ ୨ ଛୁଆଙ୍କୁ ଧରି କୁଆଡେ ଫେରାର ହୋଇଯାଇଥିଲେ । ଏହାପରେ  କିଛି ଘଂଟା ପାଇଁ ସରସ୍ୱତୀ ଘରୁ  ବାହାରକୁ ବାହାରିନଥିଲେ । ଘର ବନ୍ଦ ଥିବା ଦେଖି ସ୍ଥାନୀୟ ଲୋକମାନେ ଘର କବାଟ ଭାଙ୍ଗି ରକ୍ତାକ୍ତ ଅବସ୍ଥାରେ ସରସ୍ୱତୀଙ୍କ ମୃତଦେହ ପଡିଥିବା ଦେଖିଥିଲେ । ପୁଲିସ ଓ ସାଇଟିଂଫିକ ଟିମ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ହତ୍ୟାକାଣ୍ଡ ପଛରେ ସ୍ୱାମୀ କାଳନ୍ଦୀଙ୍କ ହାତ ଥିବା ପୁଲିସ ସନେ୍ଦହ କରୁଛି ।

vlcsnap-2016-04-22-11h02m34s183ସେପଟେ ମାଲକାନଗିରି ଜିଲ୍ଲାରେ ମଦ୍ୟପ ସ୍ୱାମୀ ଉନ୍ମତ କାଣ୍ଡ ଭିଆଇଛନ୍ତି । ସ୍ତ୍ରୀ ଓ ପିଲାଙ୍କୁ ମଦ ପିଆଇବାକୁ ବାଧ୍ୟ କରିଥିଲା ସ୍ୱାମୀ । ଏହାକୁ ବାରଣ କରିବାରୁ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁକୁରକୁଣ୍ଡି ଗାଁର କୋଷା ମାଢୀ । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀ କୋଷୀ ପ୍ରାଣ ହରାଇଥିବାବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ମାଲକାନଗିରି ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି ।  ତେବେ ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହାଇଯାଇଥିବା ଜଣାପଡିଛି ।