ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ, ଭୁବନେଶ୍ୱରରେ ଘରେ ବନ୍ଦ କରି ଦିଆଯାଉଥିଲା ନିର୍ଯାତନା ।

697

କନକ ବ୍ୟୁରୋ : ଜଣେ ସ୍ୱାମୀ ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏହି କାହାଣୀ ଜାଣିଲେ ଆପଣ ଜାଣିପାରିବେ । ଦେହ ବ୍ୟବସାୟରେ ଲଗାଇବା ପାଇଁ ନିଜପତ୍ନୀଙ୍କୁ କହିଲେ ସ୍ୱାମୀ । ଏଥିରେ ଅରାଜି ହେବାରୁ ନିସ୍ତୁକ ମାଡ ମାରିଥିବା ପତ୍ନୀ ଅଭିଯୋଗ କରିଛନ୍ତି । କନ୍ଧମାଳରୁ ଭୁବନେଶ୍ୱର ଆସିଥିବା ଏହି ମହିଳା ଜଣଙ୍କ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

କେତେ କ’ଣ ସ୍ୱପ୍ନ ନେଇ କନ୍ଧମାଳରୁ ଭୁବନେଶ୍ୱର ଆସିଥିଲେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ । ସେ କେବେ ବି ଭାବିନଥିଲେ ଯେଉଁ ସ୍ୱାମୀର ହାତଧରି ସେ ଜୀବନର ଚଲାପଥରେ ଯିବେ, ସେ ତାଙ୍କୁ ନର୍କକୁ ଠେଲିଦେବେ ବୋଲି । ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିବା ସହ ଘରେ ବନ୍ଦ କରି ମାଡ଼ ମାରିବା ଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଏହି ମହିଳା ।

କାମ ପାଇଁ ଭୁବନେଶ୍ୱର ଆସିଥିବାବେଳେ ପଟ୍ଟାମୁଣ୍ଡାଇର ଚନ୍ଦନ ଆଚାର୍ଯ୍ୟଙ୍କୁ ପ୍ରେମ କରି ବିବାହ କରିଥିଲେ ଲକ୍ଷ୍ମୀପ୍ରିୟା । କିନ୍ତୁ କିଏ ଜାଣିଥିଲା ସୈତାନ ପାଲଟିବ ସ୍ୱାମୀ ।