କ୍ୟାନ୍ସର କବଳରେ ସ୍ୱାମୀ, ସିନ୍ଦୂର ପାଇଁ ନେହୁରା ହେଉଛି ସ୍ତ୍ରୀ

1,085

କନକ ବ୍ୟୁରୋ: ସ୍ୱାମୀ ଯେତେବେଳେ କ୍ୟାନ୍ସର ଭଳି ଦୂରାରୋଗ୍ୟ ରୋଗରେ ପୀଡିତ, ଆଖି ଆଗରେ ଯେତେବେଳେ ବଂଚିବା ପାଇଁ ଜୀବନ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି, ଚିିକିତ୍ସା ପାଇଁ ପାଖରେ ପଇସା ନାହିଁ ସେତେବେଳେ, ଅସହାୟ ପତ୍ନୀ କଣ ବା କରି ପାରିବ । କାନ୍ଦିବା ବ୍ୟତୀତ ପାଖରେ ଆଉ କିଛି ଚାରା ନାହିଁ । କାଳେ କିଛି ସହାୟତା ମିଳିଯିବ, ସ୍ୱାମୀର ଜୀବନ ବଂଚିଯିବ, ସେହି ଆଶା ନେଇ ଏମିତି ଆକୁଳ ନିବେଦନ କରୁଛନ୍ତି ନବରଙ୍ଗପୁରର କ୍ୟାନ୍ସର ପୀଡିତ ମନୋଜ ନାୟକଙ୍କ ପତ୍ନୀ ।

ମନୋଜ ନାୟକ । ଘର ନବରଙ୍ଗପୁର ଜିଲ୍ଳା ଉମରକୋଟ ସହରର ସନ୍ତୋଷୀନଗରରେ । ପିଲାବେଳୁ ଭଲ ଛାତ୍ର ଥିଲେ । ହାଇସ୍କୁଲରେ ପଢ଼ିବା ସମୟରେ ଏନସିସିରେ ଯୋଗ ଦେଇଥିଲେ । ପାଠପଢ଼ା ପରେ ସେନାରେ ସାମିଲ ହୋଇ ଦେଶ ପାଇଁ ସେବା କରିବେ ବୋଲି ଲକ୍ଷ୍ୟ ରଖିଥିଲେ । ହେଲେ ସେ ନୌସେନାରେ ଭର୍ତି ହେବା ପାଇଁ ପରୀକ୍ଷା ଦେବାକୁ ଯାଇଥିବା ସମୟରେ ଶାରିରୀକ ସମସ୍ୟା ଯୋଗୁଁ ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିନଥିଲେ । କିନ୍ତୁ ଦେଢ଼ ବର୍ଷ ପରେ ସେ ବୋନ କ୍ୟାନସରେ ପୀଡିତ ବୋଲି ଜଣାପଡିଥିଲା । କିନ୍ତୁ ରୋଗ ନିରୁପଣବେଳକୁ ବିବାହ କରି ସାରିଥିଲେ ମନୋଜ ।

ମନୋଜଙ୍କ ଚିକିତ୍ସା ପାଇଁ ଯାହା ସମ୍ପତି ଥିଲା ପ୍ରାୟ ସବୁ ଶେଷ ହୋଇ ଗଲାଣି । କିନ୍ତୁ ବର୍ତମାନ ବୋନ ଟାନ୍ସଫର ପାଇଁ ତିରିଶ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏହି ଟଙ୍କା ଯୋଗାଡ କରିବା ପତ୍ନୀ ନିବେଦିତାଙ୍କ ପାଇଁ କଷ୍ଟକର ହୋଇଛି ।