ଘୁସୁରୀ ପାଟିରେ ନବଜାତ ଶିଶୁ ! ହଠାତ୍ ହସ୍ପିଟାଲ ଭିତରକୁ ପସି ଛୁଆକୁ ଟେକି ନେଲା ଘୁଷୁରୀ ।

54

ନବଜାତ ଶିଶୁକୁ କାମୁଡି ନେଇ ଚାଲିଗଲା ଘୁଷୁରୀ । ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଘୁଷୁରୀକୁ ଅଟକାଇ ପାରିନଥିଲେ । ଡ଼ାକ୍ତରଖାନା ଭିତରୁ ଏକ ଘୁଷୁରୀ ନବଜାତ ଶିଶୁକୁ କାମୁଡ଼ି ନେଇଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ବିହାରରେ ଥିବା ବକ୍ସାର ସଦର ହସ୍ପିଟାଲରୁ ଏକ କୁକୁର ରୋଗୀର କଟା ଗୋଡ଼କୁ ନେଇ ଯାଇଥିବା ଖବର ମିଳିଥିଲା । ଏବେ ପୁଣି ସହର୍ସାରେ ଥିବା ସଦର ହସ୍ପିଟାଲରୁ ନବଜାତ ଶିଶୁକୁ ଏକ ଘୁଷୁରୀ ଟେକି ନେଇଥିବା ଜଣାପଡ଼ିଛି । କିନ୍ତୁ ଘୁଷୁରୀଟି ନେଇ ଥିବା ନବଜାତଟି ପୂର୍ବରୁ ମୃତ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ହଠାତ୍ ଘୁଷୁରୀଟି ଡ଼ାକ୍ତରଖାନା ପରିସର ବାହାରେ ଥିବା ଏକ ଅଳିଗଦାରୁ ଶିଶୁଟିକୁ କାମୁଡ଼ି ହସ୍ପିଟାଲ ଭିତରେ ପଶିଥିଲା । ଏହା ଦେଖି ଲୋକମାନେ ଘୁଷୁରୀକୁ ରୋକିବା ପାଇଁ ଚେଷ୍ଟା କରିଥିବା ବେଳେ ଘୁଷୁରୀଟି ନବଜାତକୁ ନେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଘୁଷୁରୀଟି ନେଇଥିବା ନବଜାତ ଦୁଇ ଦିନ ପୂର୍ବରୁ ଜନ୍ମ ହେବା ସମୟରେ ମରିଯିବାରୁ ତାକୁ ହସ୍ପିଟାଲ ବାହାରେ ଫିଙ୍ଗି ଦିଆଯାଇଥିଲା । ଯାହାକୁ ଘୁଷୁରୀଟି ନିଜ ଖାଦ୍ୟ ହିସାବରେ ବ୍ୟବହାର କରିଥିଲା ବୋଲି ହସ୍ପିଟାଲର ଉପ ଅଧ୍ୟୀକ୍ଷକ ଡ଼ାକ୍ତର ଅନୀଲ କୁମାର ଗୁରୁବାର ଫୋନ ଯୋଗେ ସାମ୍ବାଦିକମାନଙ୍କୁ ଜଣାଇଥିଲେ ।