ପୂୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲର ମୂଲ୍ୟ । ମୁମ୍ବାଇରେ ପେଟ୍ରୋଲ ୯୪ ଟଙ୍କା ପାର

132

କନକ ବ୍ୟୁରୋ : ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆଜି ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କରାଯାଇଛି । ଏହା ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗି ୯୪ ଟଙ୍କା ପାର କରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭.୬୦ ଟଙ୍କାରେ ପହଂଚିଛି ।
ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆଜି ପେଟ୍ରୋଲ ଉପରେ ଲିଟର ପିଛା ୩୦ ପଇଷା ଓ ଡିଜେଲ ଉପରେ ୨୫ ପଇଷା ମୂଲ୍ୟ ବୃଦ୍ଧି କରାଯାଇଛି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଲଗାତର ଭାବେ ଅଶୌଦ୍ଧିତ ତୈଳଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବରେ ଦେଶରେ ତୈଳ ଦର ବଢୁଥିବା କୁହାଯାଇଛି । ସେପଟେ ବ୍ରେଣ୍ଟକୃଡ ଅଏଲର ବ୍ୟାରେଲ ପିଛା ମୂଲ୍ୟ ୬୧ ଡଲାର ବୃଦ୍ଧି ପାଇଛି ।
ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୮୭.୬୦ ଟଙ୍କା ଓ ଡିଜେଲ ୭୭.୭୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୯୪.୧୨ ଟଙ୍କା ଓ ଡିଜେଲ ର ଲିଟର ପିଛା ଦାମ ୮୪.୬୩ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲର ଦାମ ୮୯.୯୬ ଟଙ୍କା ରହିଥିବା ବେଳେ ଡିଜେଲ ୮୨.୯୦ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୮୮.୯୨ ଟଙ୍କା ଓ ଡିଜେଲ ୮୧.୩୧ ଟଙ୍କା, ନୋଇଡାରେ ପେଟ୍ରୋଲର ଦାମ ଲିଟର ପିଛା ୮୬.୬୪ ଓ ଡିଜେଲର ଦାମ ୭୮.୧୫ ଟଙ୍କା ରହିଛି ।
ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂୁଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଗତ ୧୦ ମାସ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୮ ଟଙ୍କା ବୃଦ୍ଧି ପାଇସାରିଲାଣି । ହେଲେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ସବସିଡି ଦେବାକୁ ପ୍ରସ୍ତୁତ ନଥିବା କୁହାଯାଇଛି ।