ଜବାବ ରଖିଲେ ହ୍ୟୁମାନ ସାଗର : କହିଲେ, ଏକ୍ସଟ୍ରା ମାରିଟାଲ ପାଇଁ ମୋର ବୟସ ନାହିଁ, ଶ୍ରେୟାଙ୍କ ଅଭିଯୋଗ ମିଛ

263

କନକ ବ୍ୟୁରୋ : ଶ୍ରେୟାଙ୍କ ଅଭିଯୋଗ ପରେ ଜବାବ ରଖିଲେ ହ୍ୟୁମାନ ସାଗର । ସମୟ ମାଗି ପ୍ରେସମିଟ୍ କରିବାର ଆବଶ୍ୟକତା କ’ଣ ଥିଲା ? ମୁଁ କାହିଁକି କଲ କରିବି ଯେତେବେଳେ ସମୟ ମାଗିଥିଲି । ସେ କଥା ହୋଇପାରିଥାନ୍ତେ, କାହିଁକି ପ୍ରେସମିଟ୍ କଲେ ? ମୋ ନାଁରେ ମିଛ ଅଭିଯୋଗ କରିଛନ୍ତି । ଯାହା ବି ଅଭିଯୋଗ ଆଣିଛନ୍ତି ଭାବିଚିନ୍ତି କୁହନ୍ତୁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବୁଝାମଣା ରହିବା ଉଚିତ୍ । ଆପୋଷ ବୁଝାମଣା ହେଉ । ଖାଲି ସେତିକି ନୁହେଁ ଶ୍ରେୟା ଯୌତୁକ ନିର୍ଯାତନା ଭଳି ମିଛ ଅଭିଯୋଗ ଆଣିଛନ୍ତି । ଭୁଲ ମାଗିଦେଲେ କେହି ଛୋଟ ହେଇଯିବେନି । ଦାମ୍ପତ୍ୟ ଜୀବନରେ ଥାର୍ଡ ପର୍ସନ ଅଭିଯୋଗର ଜବାବ ରଖିଲେ ହ୍ୟୁମାନ୍ । ତୃତୀୟ ବୟକ୍ତି ଭଳି ସେମିତି କିଛି ନାହିଁ । ମୁଁ ହଜାର ହଜାର ଲୋକଙ୍କ ସହ ମିଶୁଛି । ଏକ୍ସଟ୍ରା ମାରିଟାଲ ପାଇଁ ମୋର ବୟସ ନାହିଁ ।

ସାମ୍ବାଦିକ ସମ୍ମିଳନୀ କରି ଶ୍ରେୟା ହ୍ୟୁମାନଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଥା ପୁଣି ଦୋହରାଇବା ସହ ପ୍ରଚୁର ମଦ୍ୟପାନ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ମଦ ପିଇବାକୁ ବାରଣ କରିବାରୁ ମାଡ଼ ମରାଯାଉଥିବା କଥା କହିଛନ୍ତି । ଏସବୁ ଭିତରେ ଶ୍ରେୟା ପରକୀୟା ପ୍ରୀତି କଥା ମଧ୍ୟ ଉଠାଇଛନ୍ତି । ହ୍ୟୁମାନଙ୍କ ଜୀବନରେ ସେହି ତୃତୀୟ ବ୍ୟକ୍ତି ଜଣକ କିଏ ଅଛନ୍ତି, ସେକଥାର ଖୁଲାସା କରିନାହାନ୍ତି ଶ୍ରେୟା । ଶ୍ରେୟା ଜାନୁଆରୀ ୩୦ ତାରିଖ ଯାଏଁ ସମୟ ଦେଇଛନ୍ତି । ୩୦ ତାରିଖ ପରେ ଶ୍ରେୟା ସେହି ତୃତୀୟ ବ୍ୟକ୍ତିଙ୍କ ବିଷୟରେ ଖୁଲାସା କରିପାରନ୍ତି ବୋଲି ଜଣାପଡ଼ୁଛି ।

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଧର୍ମାନ୍ତରୀକରଣକୁ ନେଇ ସାଂଘାତିକ ଅଭିଯୋଗ ଆସିଛି । ଗୁରୁବାର ଉଭୟ ପତି ଓ ପତ୍ନୀ ଥାନାରେ ହାଜର ହେବା ପରେ ଅଭିଯୋଗ ଆଣିଥିଲେ ଶ୍ରେୟାଙ୍କ ଓକିଲ ଅନୀଲ ରାୟ । ଅଭିଯୋଗକୁ ଖଣ୍ଡନ କରିଥିଲେ ହ୍ୟୁମାନଙ୍କ ମା’ । ଆଜି ଏହି ପ୍ରସଙ୍ଗରେ ଶ୍ରେୟା ପ୍ରେସ ମିଟରେ ପ୍ରତିକ୍ରିୟା ରଖିଛନ୍ତି । ସିଙ୍ଗିଙ୍ଗ ଷ୍ଟାର ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଥାନାରେ ପହଞ୍ଚିବା ପରେ ପଦାରେ ପଡ଼ିଥିଲା । ଘରୋଇ କଳି ପାଇଁ ଉଭୟ ପୁଅ ଓ ବୋହୂଙ୍କୁ ଦାୟୀ କରିଥିଲେ ହ୍ୟୁମାନ ସାଗରଙ୍କ ମା’ । ଏଥିସହ ବୋହୂ ଶ୍ରେୟା ନାଁରେ କିଛି ଅଭିଯୋଗ ଆଣିଥିଲେ । ଯାହାର ଜବାବ ଦେଇଛନ୍ତି ଶ୍ରେୟା ।