କନକ ବ୍ୟୁରୋ: କାହିଁକି ଘଟିଲା ଏଭଳି ରେଳ ଦୁର୍ଘଟଣା । ଏଥିପାଇଁ ଓଭରସୁଟକୁ ଦାୟୀ କରାଯାଇଛି । ଅର୍ଥାତ ଷ୍ଟେସନରେ ଦିଆଯାଇଥିବା ସିଗ୍ନାଲକୁ ଅଣଦେଖା କରି ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନ ଆଗକୁ ବଢି଼ଥିଲା । ଫଳରେ ଟ୍ରେନ୍ଟି ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନ୍କୁ ପଛପଟୁ ଧକ୍କା ଦେଇଥିଲା । ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନର ଲୋକୋପାଇଲଟ୍ଙ୍କ ଅବହେଳାକୁ ଏଥିପାଇଁ ଦାୟୀ କରିଛନ୍ତି ପୂର୍ବତନ ରେଳ ସୁରକ୍ଷା ଅଧିକାରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆନ୍ଧ୍ରପ୍ରଦେଶର କଂଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଗତକାଲି ହୋଇଥିବା ଟ୍ରେନ୍ ଦୁର୍ଘଟଣାର ଏହା ଏକ ପ୍ରତିକାତ୍ମକ ଚିତ୍ର । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଷ୍ଟେସନରେ ରେଡ୍ ସିଗ୍ନାଲ ପାଇ ଅଟକି ରହିଥିଲା ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନ୍ । ଟ୍ରେନ୍ଟି ଟ୍ରାକରେ ରହିଥିବାରୁ ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନକୁ ମଧ୍ୟ ରେଡ ସିଗ୍ନାଲ ଦିଆଯାଇଥିଲା । ହେଲେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ଟି ସିଗ୍ନାଲକୁ ଓଭରସୁଟ୍ କରିଥିଲା । ଅର୍ଥାତ ଷ୍ଟେସନରେ ଦିଆଯାଇଥିବା ସିଗ୍ନାଲକୁ ଅଣଦେଖା କରି ଟ୍ରେନ୍ ଆଗକୁ ବଢି଼ଥିଲା । ଫଳରେ ଟ୍ରେନ୍ଟି ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନ୍କୁ ପଛପଟୁ ଧକ୍କା ଦେଇଥିଲା । ଯେଉଁଥିପାଇଁ ଏତେବଡ ଦୁର୍ଘଟଣା ଘଟିଲା ବୋଲି ଜଣାପଡିଛି । ତେଣୁ ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନର ଲୋକୋପାଇଲଟ୍ଙ୍କ ଅବହେଳାକୁ ଏଥିପାଇଁ ଦାୟୀ କରିଛନ୍ତି ପୂର୍ବତନ ରେଳ ସୁରକ୍ଷା ଅଧିକାରୀ ।
ଏହାରି ଭିତରେ ଦୁର୍ଘଟଣାର କାରଣ ଜାଣିବା ପାଇଁ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ବିଜୟନଗରମ୍ ଏସପି ଦୀପିକା ଏମ ପଟେଲ । ଅର୍ଥାତ ଦୁର୍ଘଟଣାର କାରଣ ନେଇ ଔପଚାରିକ ଭାବେ କିଛି ସୂଚନା ଦିଆଯାଇ ନାହିଁ । କିନ୍ତୁ ବିଜୟନଗରମ ପ୍ରଶାସନ ସ୍ଥାନୀୟ ଗଣମାଧ୍ୟକୁ ଯେଉଁ ସୂଚନା ଦେଇଛି, ତାହା ମାନବୀୟ ତ୍ରୁଟିକୁ ହିଁ ଦର୍ଶାଉଛି । ରେଡ ସିଗ୍ନାଲକୁ ଅଣେଦେଖା କରି ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନର ଲୋକୋପାଇଲଟ୍ ଆଗକୁ ମାଡି ଚାଲିବାରୁ ଦୁର୍ଘଟଣା ଘଟିଲା । ତେଣୁ ପ୍ରଶ୍ନ ଉଠୁଛି ସିଗ୍ନାଲ ରେଡ୍ ଥିବା ସତ୍ୱେ କାହିଁକି ଆଗକୁ ବଢିଲେ ଟ୍ରେନର ଡ୍ରାଇଭର?
– ପୂଜା ଛୁଟିରେ ଡ୍ୟୁଟି କରୁଥିବାରୁ ଅଧିକ ଚାପରେ ଥିଲେ କି ଲୋକୋପାଇଲଟ୍?
– ଆଖି ଲାଗିଯାଇଥିବାରୁ କିମ୍ବାରେ ନିଶାରେ ଥିବାରୁ ସିଗ୍ନାଲକୁ ଅଣଦେଖା କଲେ କି?
– ପାସେଞ୍ଜର ଟ୍ରେନ୍ ଚଳାଉଥିବା ଡ୍ରାଇଭରଙ୍କ ପର୍ଯ୍ୟାପ୍ତ ଅଭିଜ୍ଞତା ନଥିଲା କି?
– ସିଗ୍ନାଲକୁ ଅତିକ୍ରମ କରି ଏତେ ଦ୍ରୁତ ଗତିରେ କାହିଁକି ଟ୍ରେନକୁ ଆଗକୁ ବଢ଼ାଇଥିଲେ?
ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଚଳାଚଳ ନେଇ, ଏସଓପି ଜାରି କରାଯାଇଥିବା ସୂଚନା ଦେଇଥିଲେ ରେଳମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ । ହେଲେ ସେହି ଏସଓପିକୁ କେତେଦୂର ପାଳନ କରାଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ବାହାନଗା ରେଳ ଦୁର୍ଘଟଣା ସମୟରେ ସିଗ୍ନାଲରେ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିିବା କୁହାଯାଇଥିଲା । ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଏଠାରେ କିନ୍ତୁ ମାନବୀୟ ତ୍ରୁଟି ପାଇଁ ଦୁର୍ଘଟଣା କଥା କୁହାଯାଉଛି । କିନ୍ତୁ ବଡକଥା ହେଉଛି ରେଳ ଦୁର୍ଘଟଣାରେ ରାୟଗଡା- ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ର ଲୋକପାଇଲଟଙ୍କ ମୃତ୍ୟୁ ହୋଇସାରିଛି । ଯାହାଙ୍କ ତ୍ରୁଟି ପାଇଁ ଏତେବଡ ଦୁର୍ଘଟଣା ହେଲା ବୋଲି କୁହାଯାଉଛି ତାଙ୍କୁ ନେଇ ତଦନ୍ତ କେମିତି ଆଗେଇବ ତାହା ହି ବଡ ପ୍ରଶ୍ନ ।