ଟ୍ରେନରୁ ମିଳିଲା ୧୦୦ ରୁ ଅଧିକ ଜିଲୋଟିନ ଷ୍ଟିକ, ୩୫୦ ଡିଟୋନେଟର ଜବତ । ପୋଲିସର ତଦନ୍ତ ଜାରି

152

କନକ ବ୍ୟୁରୋ : ମୁକେଶ ଆମ୍ବାନୀଙ୍କ ଘର ନିକଟରେ ଥିବା ଏକ ସନ୍ଦିଗ୍ଧ କାରରୁ ଜିଲୋଟିନର ଛଡ ମିଳିବା ପରେ ଆଜି କରେଳର କୋଝିକୋଡ ଷ୍ଟେସନରେ ଏକ ଟ୍ରେନରୁ ୧୦୦ ରୁ ଅଧିକ ଜିଲୋଟିନ୍ ଷ୍ଟିକ ଓ ୩୫୦ ରୁ ଅଧିକ ଡିଟୋନେଟର ଜବତ ହୋଇଛି । ସୂଚନା ମୁତାବକ କୋଝିକୋଡ ରେଳଷ୍ଟେସନରେ ଚେନ୍ନାଇ- ମଙ୍ଗଳପୁର ଏକ୍ସପ୍ରେସ ଟ୍ରେନ ନଂ-୦୨୬୮୫ ରୁ ବିପୁଳ ପରିମାଣର ବିସ୍ଫୋଟକ ସାମଗ୍ରୀ ଜବତ କରାଯାଇଛି । ରେଲୱେ ସୁରକ୍ଷା ବଳ ତରଫରୁ ଟ୍ରେନରୁ ୧୦୦ ରୁ ଅଧିକ  ଜିଲୋଟିନ୍ ଓ ୩୫୦ ରୁ ଅଧିକ ଡିଟୋନେଟର ଜବତ୍ କରାଯାଇଛି । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ୍ କରିଛି ରେଲୱେ ପୋଲିସ ।