ଉତ୍ତରକାଶୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯମୁନା ଘାଟିରେ ଖସିଲା ବସ, ୨୨ ମୃତ

155

କନକ ବ୍ୟୁରୋ : ଉତ୍ତର କାଶୀରେ ଏକ ବସ୍ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ୟମୁନୋତ୍ରୀ ଯାଉଥିବା ବସଟି ୨୦୦ ମିଟର ତଳକୁ ଖସିପଡିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ପାଇବା ପରେ ଏନଡିଆରଏଫ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଏସପି ଅପର୍ଣ୍ଣ ରଘୁବଂଶୀ କହିଛନ୍ତି କି ଡାମଟା ରୁ ପାଖାପାଖି ୨ କିଲୋମିଟର ଦୂର ନୌଗାଓଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ବସରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ପଠା ଯାଉଛି । ସୂଚନା ମୁତାବକ ଗାଡିରେ ୪୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଇଛି । ଆହତ ମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।