ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଅପକମିଙ୍କ ଫିଲ୍ମ ‘ କାବିଲ’ର ଟିଜର ରିଲିଜ ହୋଇଯାଇଛି । ଟିଜରରେ କେବଳ ହ୍ରିତିକଙ୍କ ସ୍ୱର ଶୁଣା ଯାଉଥିବା ଜଣାପଡିଛି । ଟିଜରରେ ହ୍ରତିକ କେଉଁଠିବି ନଜର ଆସିବେ ନାହିଁ । ୪୧ ସେକେଣ୍ଡର ଟିଜରରେ ହ୍ରିତିକ କହୁଛନ୍ତି ‘ ଆପଣଙ୍କ ଆଖି ଖୋଲା ରହିବ କିନ୍ତୁ ଆପଣ କିଛି ଦେଖିପାରିବେ ନାହିଁ ,ଆପଣଙ୍କ କାନ ଖୋଲା ରହିବ କିନ୍ତୁ ଆପଣ କିଛି ଶୁଣିପାରିବେ ନାହିଁ , ଆପଣଙ୍କ ମୁହଁ ଖୋଲା ରହିବ କିନ୍ତୁ ଆପଣ କିଛି କହିପାରିବେ ନାହିଁ ଏବଂ ସବୁଠାରୁ ବଡ କଥା ଆପଣ ସବୁ ବୁଝି ଯିବେ କିନ୍ତୁ ଆଗକୁ କାହାକୁ ବୁଝାଇ ପାରିବେ ନାହିଁ ।
ଏହି ସ୍ୱର ଶେଷ ହେବା ପରେ ଟିଜର ମଧ୍ୟ ଶେଷ ହୋଇଯାଏ ଏବଂ ପ୍ଲେଟ ଉପରେ ଲେଖାହୁଏ ଟ୍ରେଲର ୨୬ ଅକ୍ଟୋବରରେ ରିଲିଜ ହେବ । ଏହି ଫିଲ୍ମରେ ହ୍ରିତିକଙ୍କ ସହିତ ୟାମି ଗୈାତମ ମଧ୍ୟ ଅଭିନୟ କରୁଛନ୍ତି ଏବଂ ସୂଚନାନୁସାରେ ଫିଲ୍ମଟି ଆସନ୍ତା ବର୍ଷ ୨୬ ଜାନୁଆରୀରେ ରିଲିଜ ହେବ ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/kaabil-hrithik-759.jpg)