ହଲିଉଡ଼୍ ଅଭିନେତାଙ୍କୁ ପଛରେ ପକାଇଲେ ବଲିଉଡ଼୍ ଗ୍ରୀକ୍ ଗଡ଼୍ ! ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଅଭିନେତା ରୂପେ ସମ୍ମାନିତ ହେଲେ ହ୍ରିତିକ୍ ରୋଶନ୍

54

ବଲିଉଡ଼ର ଗ୍ରୀକ୍ ଗଡ଼୍ ରୂପେ ପରିଚିତ ହ୍ରିତିକ୍ ରୋଶନ୍ । ତାଙ୍କର ଅଭିନୟ ଦକ୍ଷତା, ନୃତ୍ୟଶୈଳୀ ବିଷୟରେ ସମସ୍ତେ ଅବଗତ । ତାଙ୍କର ଅନେକ ପ୍ରଶଂସକ । ସେଥିରେ ମହିଳା ପ୍ରଶଂସକଙ୍କ ସଂଖ୍ୟା ଅଧିକ । ତେବେ ହ୍ରିତିକ୍ ରୋଶନ ବିଲିଉଡ଼ର ସବୁଠାରୁ ହ୍ୟାଣ୍ଡସମ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ତେବେ ବର୍ତ୍ତମାନ ଏହା କେବଳ ବଲିଉଡ଼୍ ଇଣ୍ଡଷ୍ଟ୍ରିରେସୀମିତ ନୁହେଁ ବରଂ ସମଗ୍ର ସିନେ ଇଣ୍ଡଷ୍ଟ୍ରିରେ ସେ ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି । ନିଖୁଣ ଅଭିନୟ ଏବଂ ସେହି ଅଭିନୟର ଯାଦୁରେ ଲୋକଙ୍କୁ ବାନ୍ଧି ରଖିବା କଳାକାର ପାଇଁ ସବୁଠାରୁ ବଡ଼ ସଫଳତା । ତାହା ପ୍ରମାଣ କରିଛନ୍ତି ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ।

୪୪ ବର୍ଷୀୟ ଅଭିନେତା ହ୍ରିତିକ୍ ରୋଶନ ଏବେ ହ୍ୟାଣ୍ଡସମ ଅଭିନେତା ଭାବରେ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ ହ୍ରିତିକ୍ ରବର୍ଟ ପେଟିନସନ ଏବଂ କ୍ରିସ ଇମ୍ବାସଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଅଭିନେତା ଭାବରେ ସମ୍ମାନିତ ହୋଇଛନ୍ତି । ଏହି ତାଲିକାରେ ଟମ୍ ହେଡେଲଷ୍ଟନ,ହେନେରୀ କାବିଲ ଏବଂ ନୁହ ମିଲ୍ସ ଭଳି ଅନ୍ତଃରାଷ୍ଟୀୟ ତାରକା ମାନେ ମଧ୍ୟ ସାମିଲ ଅଛନ୍ତି । ବଲିଉଡର ନାମିଦାମୀ କଳାକାର ସଲମାନ ଏଥିରୁ ବାଦ ପଡ଼ିବେ କେମିତି । ସେ ମଧ୍ୟ ଏହି ଦୌଡରେ ପଂଚମ ସ୍ଥାନ ହାସଲ କରିଛନ୍ତି । ତେବେ ରିତିକଙ୍କ ଏହି ସଫଳତା ଆମ ପାଇଁ ଗୌରବମୟ ନିଶ୍ଚୟ । ସୂଚନା ଅନୁସାରେ ରିତିକ ଖୁବ ଶୀଘ୍ର ସୁପର ୩୦ରେ ନଜର ଆସିବେ ।