ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ୟାସ୍ । ୨୬ ତାରିଖରେ କରିବ ଲ୍ୟାଣ୍ଡଫଲ୍ । ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ।

284

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ । ଗତ ୨୪ ଘଣ୍ଟା ହେଲା ୟାସ୍ ସମୁଦ୍ର ଭିତରେ ୭ କିମି ପ୍ରତି ଘଣ୍ଟାରେ ଆଗକୁ ବଢିବା ସହିତ ବଳ ଗୋଟାଉଛି ବୋଲି ସେ କହିଛନ୍ତି । ସେହିପରି ଏହା ଏବେ ପାରାଦୀପଠାରୁ ୪୯୦ କିଲୋମିଟର ଦୂରରେ ଥିବାବବେଳେ ଆସନ୍ତା ୧୨ ଘଣ୍ଟା ପରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବ । ୨୬ ତାରିଖ ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ତେବେ ସାଗରଦ୍ୱୀପ ଏବଂ ପାରାଦୀପ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ସେ କହିଛନ୍ତି ।

ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ତେବେ ପବନର ଝଟକା ୧୮୫ କିମି ମଧ୍ୟ ହୋଇପାରେ । ୨୫ ତାରିଖ ରାତିରୁ ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିିଂହପୁର, ଯାଜପୁର ଜିଲ୍ଲାରେ ୟାସର ପ୍ରଭାବରେ ପ୍ରବଳ ବର୍ଷା ହେବ । ତାସହ କଟକ, ପୁରୀ, ଖୋର୍ଦ୍ଧା,ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।