ଆପଣଙ୍କ ଫୋନ୍ ଲକ୍ ଅଛି, ଆଉ ଆପଣ ପାସୱାର୍ଡ ଭୁଲିଯାଇଛନ୍ତି ! ଜାଣନ୍ତୁ କିପରି ଖୋଲିବେ ଲକ୍

53

ବେଳେବଳେ ଏପରି ହୁଏ ଲୋକେ ନିଜର ଆଣ୍ଡ୍ରଏଡ ଫୋନର ପିନ, ପାସୱାର୍ଡ ଓ ପ୍ୟାଟର୍ନ ଲକ୍ ଭୁଲି ଯାଆନ୍ତି । ପ୍ରାୟ ସ୍ମାର୍ଟଫୋନ୍ ବ୍ୟହାରକାରୀ କେବେ ନା କେବେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ନିଶ୍ଚୟ । ତେବେ ଏପରି ଅସୁବିଧା ଖୁବ ଚିନ୍ତାର ବିଷୟ । ତେବେ ଆପଣଙ୍କ ସହ ଯଦି ଏପରି ହୁଏ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଏପରି ଅସୁବିଧାରୁ ରକ୍ଷା ପାଇଁ ପାଇଁ କେତେକ ଉପାୟ ରହିଛି, ଯାହାକୁ ଉପଯୋଗ କରିବା କରିବା ଦ୍ୱାରା ଆପଣଙ୍କ ଫୋନର ଲକ୍ ଖୋଲିଯିବ । ସୁରକ୍ଷା ଦୃଷ୍ଟିରୁ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏଭଳି କିରବା ସଂଭବ ଅଟେ । ତେବେ ଏହାର କିଛି ଉପାୟ ବିଷୟରେ ଆଜି ଆମେ ଆଲୋଚନା କରିବା ।

ନୂଆ ଆଣ୍ଡ୍ରଏଡ଼୍ ଟ୍ୟାବଲେଟ ଓ ସ୍ମାର୍ଟଫୋନ ସହ ଜଡିତ ‘ଆଣ୍ଡ୍ରୋଏଡ ଡିଭାଇସ ମ୍ୟାନେଜର’ ନାମର ଏକ ସେବା ଉପଲବ୍ଧ । ଯଦି ଆପଣ ଆପଣଙ୍କ ଗୁଗଲ ଆକାଉଂଟ ଲଗ୍-ଇନ ରହିଛି, ତେବେ ଆପଣ କୌଣସି ବି ଡିଭାଇସରେ ଏହି ସେବାର ଫାଇଦା ଉଠାଯାଇପାରେ । ସେଥିପାଇଁ ଆପଣ ଆପଣଙ୍କ ଗୁଗଲ ଆକାଉଂଟ ଲଗ ଇନ କରନ୍ତୁ ।

‘ଆଣ୍ଡ୍ରଏଡ଼୍ ଡିଭାଇସ ମ୍ୟାନେଜର’ ଲଗ ଇନ କରିବା ପରେ ଆପଣଙ୍କ ସ୍କ୍ରିନରେ ଯେଉଁ ‘ଲକ’ ବଟନ ଆସିବ, ତାକୁ କ୍ଲିକ୍ କରିବା ପରେ ଆପଣଙ୍କୁ ନୂଆ ପାସୱାର୍ଡ ଦିଆଯିବ । ପୁରୁଣା ପାସୱାର୍ଡ ବଦଳରେ ନୂଆ ପାସୱାର୍ଡ ଆପଣଙ୍କ ଆକାଉଂଟରେ ସେଟ ହେଇଯିବ । ଏହାପରେ ପୁଣିଥରେ ଲକ୍ ବଟନରେ କ୍ଲିକ କରନ୍ତୁ । ଯଦି ଆପଣଙ୍କ ପାଖରେ ସାମସଙ୍ଗ ଫୋନ ଅଛି, ତେବେ ଫାଇଣ୍ଡ ମାଇଁ ମୋବାଇଲର ସହାୟତା ନେଇପାରିବେ । ଆପଣ ସାମସଙ୍ଗ ଆକାଉଂଟରେ ଲଗ ଇନ କରନ୍ତୁ ଓ ସ୍କ୍ରିନର ବାମପାଶ୍ୱର୍ରେ ‘ଲଗ ମାଇଁ ସ୍କ୍ରିନ’ରେ କ୍ଲିକ କରନ୍ତୁ ।

ଏହାପରେ ଆପଣ ନୂଆ ପାସୱାର୍ଡ ଏଂଟ୍ରି କରି ଦିଅନ୍ତୁ । ଏବଂ ସ୍କ୍ରିନ ତଳେ ଥିବା ‘ଲକ’ରେ କ୍ଲି୍କ କରନ୍ତୁ । କିଛି ସମୟ ପରେ ଆପଣଙ୍କ ପୁରୁଣା ପାସୱାର୍ଡ ସ୍ଥାନରେ ନୂଆ ପାସୱାର୍ଡ କାମ କରିବ ଆରମ୍ଭ କରିଦେବ । ଯଦି ଆପଣଙ୍କ ସାମସଙ୍ଗ ଆକାଉଂଟ ସେଟ ଅଫ କରି ନାହନ୍ତି, ତେବେ ଏହି ଉପାୟ କାମ କରିବ ନାହିଁ । ଏହା ବ୍ୟତୀତ ଆଉ ଏକ ବିକଳ୍ପ ‘ପାସୱାର୍ଡ ପ୍ୟାଟର୍ନ’ର ସହାୟତାରେ କରିପାରିବେ । ଏହି ‘ଆଣ୍ଡ୍ରଏଡ଼୍ ୪.୪ ନଚେତ ଏହାର ପ୍ରଥମ ସ୍ମୋର୍ଟଫୋନରେ କାମ କରିପାରିବେ ।

ପାଂଚଥର ଚେଷ୍ଟା କରିବା ପରେ, ଆପଣଙ୍କ ସ୍କ୍ରିନରେ ଏକ ମେସେଜ ଆସିବ, ଯାହା କହିବ ‘ଟ୍ରାଇ ଏଗେନ ଇନ ସେକେଣ୍ଡସ’ । ଉକ୍ତ ସମୟରେ ଆପଣଙ୍କୁ ଏକ ଲେଖା ଦେଖାଯିବ, ‘ଫରଗୋଟ ପ୍ୟାଟର୍ନ ?’ ସେଠାରେ ଆପଣଙ୍କ ଗୁଗଲ ଆକାଉଂଟ ବିଷୟରେ ସୂଚନା ଦେଇ ଲୋଗ ଇନ କରନ୍ତୁ । ଏହାପରେ ଗୁଗଲ ଆପଣଙ୍କ ଇମେଲରେ ଆପଣଙ୍କ ଅନ ଲୋକ ପ୍ୟାଟର୍ନ ପଠାଇବ । ଉକ୍ତ ସମୟରେ ଆପଣ ନୂଆ ପାସୱାର୍ଡ ଦେଇ ପାରିବେ ।

ଯଦି ଆପଣ ଚାହିଁବେ, ଆପଣଙ୍କ ପାସୱାର୍ଡ ଫାଇଲକୁ ଡିଲେଟ କରିପାରିବେ । ଯଦି ଆପଣଙ୍କ ଫୋନରେ ୟୁଏସଡି ଡିଭାଗିଙ୍ଗ ଏନେବଲ ରହିଛି, ତେବେ ହିଁ କରିବେ । ଏହାଛଡା ଆପଣ ଆପଣଙ୍କ କମ୍ପ୍ୟୁଟରକୁ ସ୍ମାର୍ଟଫୋନର ଡାଟା ଜରିଆରେ କନେକ୍ଟ କରନ୍ତୁ ।