ଘରୋଇ ଉପାୟରେ ଦୂର କରନ୍ତୁ ଗୋଇଠିର କଳାପଣ!

56

ଝିଅମାନେ ଗରମ ଦିନରେ ଛୋଟ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି । ଏମିତିରେ ଗୋଡ ଓ ଗୋଇଠି ସଫା ହେବା ନିହାତି ଦରକାର । ଅନେକ ମହିଳା ମାନଙ୍କର ଗୋଇଠି ବହୁତ କଳା ହୋଇଥିବାରୁ ଛୋଟ ଡ୍ରେସ ପିନ୍ଧିବା ପାଇଁ ଲଜ୍ଜା ଅନୁଭବ କରନ୍ତି । ଗୋଇଠିକୁ ସଫା କରିବା ପାଇଁ ସେମାନେ ଅନେକ ପ୍ରକାରର ବଜାରରେ ଉପଲବ୍ଧ ଥିବା ସାମଗ୍ରୀ ବ୍ୟବହାର କରନ୍ତି କିନ୍ତୁ ଏଥିରେ ବେଶୀ କିଛି ପ୍ରଭାବ ଦେଖାଯାଏ ନାହିଁ । ଏମିତିରେ ଘରେ ଥିବା ରୋଷେଇର କିଛି ସାମଗ୍ରୀ ବ୍ୟବହାର କରି ଆପଣ ଗୋଇଠିର କଳାପଣ ଦୂର କରିପାରିବେ ।

– ଆପଣ ଓଟ୍ସର ବ୍ୟବହାର କରି ଗୋଇଠିର କଳାପଣ ଦୂର କରିପାରିବେ । ଏଥିପାଇଁ ୨ ବଡ ଚାମଚ ଓଟମିଲ,୨ ଚାମଚ କ୍ରିମ, ବଡ ଚାମ ମହୁ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣକୁ ସ୍କ୍ରବ ପରି ଗୋଇଠିରେ ମାଲିସ କରନ୍ତୁ । କିଛି ସମୟ ଗୋଇଠିରେ ଏହି ମିଶ୍ରଣକୁ ରହିବାକୁ ଦିଅନ୍ତୁ ଏବଂ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ନିୟମିତ ଭାବେ ଏପରି କଲେ ଗୋଇଠିର କଳାପଣ ଦୂର ହେବା ସହ ଗୋଇଠିରେ ଚମକ ମଧ୍ୟ ଆସିବ ।

– କିଛି କ୍ଷୀରରେ ୨ ବଡ ଚାମଚ ବେକିଂ ସୋଡା ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାକୁ ଗୋଇଠିରେ ଲଗାଇ ହାତରେ ଆସ୍ତେ ଆସ୍ତେ ରଗଡନ୍ତୁ । କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ । ପ୍ରତିଦିନ ଏହି ଲେପକୁ ଗୋଇଠିରେ ଲଗାଇବା ଦ୍ୱାରା ବହୁତ ଶୀଘ୍ର ଗୋଇଠିର କଳାପଣ ଦୂର ହୋଇଯିବ ।

– ଗୋଟିଏ ଚାମଚ ନଡିଆ ତେଲ , ଅଧା ଚାମଚ ଲେମ୍ଭୁ ରସ ମିଶାଇ ଲେପ ତିଆରି କରନ୍ତୁ । ଏହି ମିଶ୍ରଣକୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଗୋଇଠିରେ ଲଗାଇ ରଖନ୍ତୁ ଓ ପରେ ଧୋଇ ଦିଅନ୍ତୁ । ନଡିଆ ତେଲ ତ୍ୱଚାକୁ ସୁସ୍ଥ ରଖିବା ସହ ଲେମ୍ବରସ ତ୍ୱଚାକୁ ପ୍ରାକୃତିକ ଉଜ୍ଜଳତା ପ୍ରଦାନ କରିଥିାଏ ।