ଶିଶୁଙ୍କ ବୁଦ୍ଧିର ବିକାଶ ପାଇଁ, ଜାଣନ୍ତୁ କେଉଁ କେଉଁ ଦିଗ ପ୍ରତି ଦେବେ ଅଧିକ ଧ୍ୟାନ ?

216

ଶିଶୁର ବୁଦ୍ଧି ବିକାଶ ମା’ ପେଟରେ ଥିବା ବେଳେ ହିଁ ଆରମ୍ଭ ହୋଇଯାଇଥାଏ । ତଥାପି ଜନ୍ମ ପରେ କେତୋଟି ବିଶେଷ କଥା ପ୍ରତି ଧ୍ୟାନ ଦେଲେ ତାହା ପିଲାଙ୍କୁ ବୁଦ୍ଧିମାନ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଶିଶୁଙ୍କ ବୁଦ୍ଧି ବଢାଇବା ପାଇଁ କେତେକ ତଥ୍ୟ ।

– ଜନ୍ମ ହେବା ପରେ ଶିଶୁ ପାଖରେ ଯେବେ ବି କଥା ହେଉଛନ୍ତି ସର୍ବଦା ସକରାତ୍ମକ ଏବଂ ସେ ଶିଖିଲା ଭଳି କଥା ହୁଅନ୍ତୁ । ବାରମ୍ଭାର ଏସବୁ କାନରେ ପଡିବା ଦ୍ୱାରା ସେ ଧୀରେ ଧୀରେ ଆପଣଙ୍କ ଭାଷା ଜାଣିବା ସହ ତା’ର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।

– ସେ ଟିକେ ଜାଣିବା ତଥା ବୁଝିବା ସ୍ତରକୁ ଆସିଲେ ଛୋଟ ଛୋଟ ଶିକ୍ଷଣୀୟ ଗପ ଶୁଣାନ୍ତୁ । ବଡ ବଡ ରଙ୍ଗିନ ଚିତ୍ର ଥିବା ବହି ଦେଖାନ୍ତୁ । ପଶୁ ପକ୍ଷୀଙ୍କ ଚିତ୍ର ଦେଖାଇ ସେମାନେ କିପରି ବୋବାନ୍ତି ମଧ୍ୟ କୁହନ୍ତୁ । ସବୁର ସ୍ପେଲିଂ ମଧ୍ୟ କୁହନ୍ତୁ । ଏହାଦ୍ୱାରା ପିଲାଙ୍କ ଆଗ୍ରହ ବଢିବ ଏବଂ ଅଧିକରୁ ଅଧିକ ମନେରଖିପାରିବେ ।

– ପିଲା ଖେଳିବା ଆରମ୍ଭ କରିବା ପରେ କେବଳ ସଫ୍ଟ ଟଏଜ କିମ୍ବା ଗାଡି ଆଦି ମନ ଦେଇ ପଜଲ, ଲେଟର ଜଏ ଭଳି ଖେଳନା ଦିଅନ୍ତୁ । ଯାହାଦ୍ୱାରା ଖେଳର ଆନନ୍ଦ ନେବା ସହ ବୁଦ୍ଧି ଖଟାଇବା ଦ୍ୱାରା ମାନସିକ ସ୍ତରରେ ବିକାଶ ହୋଇପାରିବ ।

– ପିଲା କାନ୍ଦିବା ମାତ୍ରେ ସଙ୍ଗେ ସଙ୍ଗେ ତା’ ପାଖକୁ ଯାଆନ୍ତୁ । କୌଣସି କ୍ଷେତ୍ରରେ ସେ ଯପରି ନ ଡରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କାରଣ ଏସବୁର ନକରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ । ଏ ସମୟରେ ପିଲାକୁ ନ ଡରିବା ଲାଗି ବୁଝିନ୍ତୁ । ସେ ମାନସିକ ସ୍ତରରେ ସୁଦୃଢ ହେବ । ତା’ଛଡା ଅଭିଭାବକ ପିଲା ପାଖରେ ରହିବା ଦ୍ୱାରା ସେ ସର୍ବଦା ନିଜକୁ ସୁରକ୍ଷିତ ମନେ କରୁଥିବାରୁ ମସ୍ତିଷ୍କ ସ୍ଥିର ରହି ଅଧିକ ବିକାଶ ହେବାରେ ସାହାର୍ଯ୍ୟ କରେ ।

– ଦିନକୁ ତିନି ଥର ପିଲାଙ୍କୁ ମସାଜ କରନ୍ତୁ । ଏହାଦ୍ୱାରା ଶରୀରର ବୃଦ୍ଧି ସହ ଆରାମ ଲାଗିଥାଏ । ଯାହା କି ପିଲାର ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ । ବିଶେଷ କରି ସମୟ ପୂର୍ବରୁ ଜନ୍ମ ହୋଇଥିବା ବା ପ୍ରିମାଚ୍ୟୁର ପିଲାଙ୍କ ବୌଦ୍ଧିକ ବିକାଶ ଲାଗି ଏହା ବେଶ ଉପାଦେୟ ।

– ଖାଇବା ବେଳେ ଅନେକ ଶିଶୁ କାନ୍ଦିଥାନ୍ତି । କେତେକ ଅଭିଭାବକ ଏଥିରେ ରାଗିଯାଇ ପିଲାକୁ ଖୁଆଇବା ବେଳେ ହସିଖେଳି ଖୁଆନ୍ତୁ । ଖାଦ୍ୟଗୁଡିକର ନାଁ ବଡ ପାଟିରେ କୁହନ୍ତୁ ଏବଂ ଏପରି ମଜାରେ ଖୁଆନ୍ତୁ, ଏହାଦ୍ୱାରା ପିଲା ଖାଦ୍ୟର ନାଁ ମନେରଖିବା ସହ ମସ୍ତିଷ୍କ ସକ୍ରିୟ ରହିବ ।