ବଜାରରେ ମିଳୁଛି ଅପମିଶ୍ରିତ ପନିର : ଏହି ଉପାୟରେ ଜାଣନ୍ତୁ ପନିର ଅସଲି ନା ନକଲି

63

ପନିର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପନିର କ୍ଷୀରରୁ ତିଆରି ହୁଏ ଓ ଏହା କ୍ୟାଲସିୟମ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଆଦି ଖଣିଜ ଲବଣରେ ଭରପୁର । ସାଧାରଣତଃ ପନିର ଡିଶ ତିଆରି କରିବା ପାଇଁ ଆପଣ କୈାଣସି ଦୋକାନରୁ ପନିର କିଣନ୍ତି କାହିଁକିନା କ୍ଷୀରରେ ପନିର ତିଆରି କରିବା ପାଇଁ ଆପଣଙ୍କ ପାଖରେ ସମୟ ନଥାଏ । ଏହା ନିଶ୍ଚିତ କରିବା ଜରୁରୀ ଯେ, ବଜାରରୁ କିଣୁଥିବା ପନିର, ଶୁଦ୍ଧ ନା ଅପମିଶ୍ରିତ । ବଜାରରେ ଅପମିଶ୍ରିତ ପନିର ମିଳୁଛି । ସେଥିପାଇଁ ଆପଣଙ୍କୁ ପନିର ନେବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଆସନ୍ତୁ ଜାଣିବା କେମିତି ଆପଣ ଅସଲି ପନିରର ଯାଂଚ କରିବେ ।

• ଆପଣ ଯେବେ ବି ପନିର ନେବା ପାଇଁ ଯାଉଛନ୍ତି , ତାହାର ଏକ ଛୋଟ ଖଣ୍ଡ ହାତରେ ଚକଟି କି ଦେଖନ୍ତୁ । ଏହା ଭାଙ୍ଗିଯିବ ଯଦି ଜଣାପଡିବ କି ପନିରରେ ଅପମିଶ୍ରଣ ହୋଇଛି । କାହିଁକିନା ଏହା ଭିତରେ ଯେଉଁ ରାସାୟନିକ ଥାଏ ତାହା ଅତ୍ୟଧିକ ଚାପ ସହିପାରେନି ଓ ଭାଙ୍ଗିବାକୁ ଲାଗେ ।

• ଯଦି ଆପଣ ଏହି ଉପାୟରେ ଦୋକନରେ ଦେଖି ନପାରିଲେ ଓ ଭୁଲ୍ ରେ ଘରକୁ ଆଣିଲେ, ତେବେ ତାହାର ଶୁଦ୍ଧତାର ଯାଂଚ କରିପାରିବେ । ଆପଣ ପନିରକୁ କିଛି ସମୟ ଫୁଟାନ୍ତୁ, ତା’ପରେ ଥଣ୍ଡା କରି ଦିଅନ୍ତୁ । ତାହା ଯେବେ ଥଣ୍ଡା ହୋଇଯିବ, ତା’ ଉପରେ ଆୟୋଡିନ୍ ର ଟିଂଚର ପକାଇ ଦିଅନ୍ତୁ । ଯଦି ପାଣିର ରଙ୍ଗ ନୀଳ ହୋଇଯାଏ, ତେବେ ବୁଝିନେବେ ଯେ, ଏଥିରେ ଅପମିଶ୍ରଣ ହୋଇଛି । ଏହି ପ୍ରକାର ଅପମିଶ୍ରିତ ପନିର ଖାଇଲେ ରବର ଭଳି ଟାଣି ହୋଇଯିବ ।