ଯୁକ୍ତ ୨ ପରୀକ୍ଷାଫଳକୁ ନେଇ ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ । କହିଲେ ଅଧିକାଂଶ ପିଲାଙ୍କ ନମ୍ବର ସମାନ, କେଉଁ ଆଧାରରେ ଦିଆଯିବ ଆଡମିଶନ?

194

କନକ ବ୍ୟୁରୋ : ବିନା ପରୀକ୍ଷାରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଉଚ୍ଚଶିକ୍ଷାରେ ବାଧା ସୃଷ୍ଟି କରିପାରେ  । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ  । ପରୀକ୍ଷା ଦେଇଥିଲେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିନଥାନ୍ତେ କି ପିଲାଙ୍କ ଏତେ ମାର୍କ ଆସିନଥାନ୍ତା  । ଉଚ୍ଚଶିକ୍ଷାରେ ଅନର୍ସ ନେବାରେ ବାଧା ସୃଷ୍ଟି କରିପାରେ  । ଅନେକ ପିଲାଙ୍କ ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନରେ ପଢିବା ପାଇଁ ଚେଷ୍ଟା କରିବେ  । ପିଲାଙ୍କ ନମ୍ବର ସମାନ ଥିବାରୁ କେଉଁ ହିସାବରେ ଆଡମିଶନ ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି  ।

ଅନ୍ୟପଟେ ଏଭଳି ସମସ୍ୟା ଏଡାଇବାକୁ ସିଟ୍ ବୃଦ୍ଧି କରିବାକୁ ସରକାର ବିକଳ୍ପ ଭାବେ ଚିନ୍ତା କରୁଛନ୍ତି  । ସିଟ୍ ବୃଦ୍ଧି କଲେ କଲେଜ ଭିତ୍ତିଭୂମି ଓ ଶିକ୍ଷକ ସଂଖ୍ୟାରେ ବୃଦ୍ଧି କରାଯିବା ଆବଶ୍ୟକ  । କ୍ଲାସ ରୁମରେ ପିଲାଙ୍କ ସଂଖ୍ୟା ଅଧିକ ହେଲେ ପିଲାମାନେ ଯେଉଁ ଆଶା ନେଇ ପାଠ ପଢିବାକୁ ଯାଇଛନ୍ତି, ସେ ଆଶା ପୂରଣ ହେବ ନାହିଁ  । ଉଚ୍ଚଶିକ୍ଷାରେ ପିଲାଙ୍କ ବାଧା ସୃଷ୍ଟି ହେବ  ।