କନକ ବ୍ୟୁରୋ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ୨୬୧ ଜଣ ଯାତ୍ରୀଙ୍କର ଜୀବନ ଯାଇଛି । ୯୦୦ରୁ ଅଧିକ ଲୋକ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ହେଲେ ଏବେ ଭାରତୀୟ ରେଳ ବିଭାଗର ପ୍ରବକ୍ତା ଅମିତାଭ ଶର୍ମାଙ୍କ ବୟାନ ରାଜନୀତିକୁ ସରଗରମ କରିଛି । ଅମିତାଭ ଶର୍ମା କହିଛନ୍ତି କି ଯଦି ଏହି ରେଳ ଲାଇନରେ କବଚ ଉପଲବ୍ଧ ଥାନ୍ତା ତେବେ ଦୁର୍ଘଟଣା ହୋଇ ନଥାନ୍ତା । ତାଙ୍କ ବୟାନରେ ଏବେ କବଚକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କହିରଖୁ କି, ରେଳ ମନ୍ତ୍ରଣାଳୟ ଗତବର୍ଷ କବଚ ଟେକ୍ନୋଲୋଜୀର ଟେଷ୍ଟିଂ କରିଥିଲା । ଏହାକୁ ନେଇ ରେଳମନ୍ତ୍ରୀ ଅନେକ ପ୍ରଚାର ମଧ୍ୟ କରିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
SPAD test, tried crossing signal at red. Kavach is protecting and not allowing the Loco to move.#BharatKaKavach pic.twitter.com/x6Ys9iz9xJ
— Ashwini Vaishnaw (@AshwiniVaishnaw) March 4, 2022
ସେହି ସମୟରେ ରେଳ ବିଭାଗ ଓ ରେଳ ମନ୍ତ୍ରୀ ଉଭୟ ଦାବି କରିଥିଲେ କି ଏହି ଟେକ୍ନୋଲୋଜୀ ସହାୟତାରେ ବିନା ଦୁର୍ଘଟଣାରେ ସମସ୍ତ ଟ୍ରେନ ନିଜର ଲକ୍ଷ୍ୟସ୍ଥଳରେ ପହଂଚିପାରିବ । ଏହି ଟେକ୍ନୋଲୋଜୀ ମାଧ୍ୟମରେ ଯଦି କୌଣସି ଟ୍ରେନ ବିନା ଅନୁମତିରେ ସିଗନାଲ କ୍ରସ କରେ ତେବେ ଟ୍ରେନଟି ସ୍ୱତଃପ୍ରବୁତ ଭାବେ ଅଟକି ଯିବ । ଏହାକୁ ଲଗାଇବାକୁ ହେଲେ କିଲୋମିଟର ପ୍ରତି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଟେକ୍ନୋଲୋଜୀ ୩ ଟି ସ୍ତରରେ କାମ କରିଥାଏ । ଯେଭଳି ମୁହାଁ ମୁହିଁ ଧକ୍କା, ପଛପଟରୁ ଧକ୍କା ଓ ସିଗନାଲ ବିପଦ ।