ପ୍ରତ୍ୟେକ ଦିନ ମନକୁ ଆସିଥାଏ ୧୧ଟି ନକରାତ୍ମକ ଚିନ୍ତା, ୪୩ ପ୍ରତିଶତ କରିପାରନ୍ତି ଲଢେଇ।

141

କନକ ବ୍ୟୁରୋ: ଆମ ଜୀବନରେ ସଫଳତା ଆଉ ବିଫଳତା ଆମ ବିଚାର ଉପରେ ବଡ ପ୍ରଭାବ ପକାଏ । ଆମ ମନରେ ଅନେକ ଥର ସକରାତ୍ମକ ଚିନ୍ତା ଆସୁଥିବା ବେଳେ ଅନେକ ଥର ନକରାତ୍ମକ ଚିନ୍ତା ମଧ୍ୟ ଆସିଥାଏ । ସକରାତ୍ମକ ଚିନ୍ତା ବା ପଜିଟିଭ ଥଟ୍ସ ଆମକୁ ସଫଳତା ଆଡକୁ ନେଇଯାଉଥିବା ବେଳେ ନକରାତ୍ମକ ଚିନ୍ତା ବା ନେଗେଟିଭ ଥଟ୍ସ ବିଫଳତା ଆଡକୁ ନେଇ ଯାଇଥାଏ । ମାୟାମି ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଅନୁସାରେ ସଫଳତା ଏବଂ ବିଫଳତାର ଅନୁପାତ ୬୦:୪୦ ରହିଛି ।

ଯଦି ଆମେ ସକରାତ୍ମକ ଏବଂ ନକରାତ୍ମକ ମଧ୍ୟରେ ତୁଳନା କରିବା ତେବେ ରିପୋର୍ଟ ଅନୁସାରେ ସକରାତ୍ମକ ଚିନ୍ତା ରଖୁଥିବା ୫୮ ପ୍ରତିଶତ ଲୋକ ସଫଳ ହୋଇଥାନ୍ତି । ସେହିଭଳି ନକରାତ୍ମକ ଚିନ୍ତା ରଖୁଥିବା ୪୦ ପ୍ରତିଶତ ଲୋକ ବିଫଳତାର ସାମ୍ନା କରୁଛନ୍ତି । ଆମର ବିଚାର ଅନେକ ଥର ଆମର ଶତ୍ରୁ ହୋଇଯାଇଥାଏ । ପାଖପାଖି ୩୭ ପ୍ରତିଶତ ଲୋକେ ନିଜକୁ ନିଜର ଶତ୍ରୁ ଭାବିଥାନ୍ତି । ୩୫ପ୍ରତିଶତ ଲୋକ ନିଜର ଲକ୍ଷ୍ୟକୁ ହାସଲ କରିପାରିନଥାନ୍ତି । ୩୪ ପ୍ରତିଶତ ଲୋକ ଭାବିଥାନ୍ତି ସେମାନେ ନିଜକୁ ନିଚ୍ଚା ଦେଖାଉଛନ୍ତି । ୩୨ ପ୍ରତିଶତ ଲୋକେ ଏହା ଚିନ୍ତା କରିଥାନ୍ତି ଯେ ତାଙ୍କ ଦ୍ୱାରା କେହି ନିରାଶ ନ ହୋଇଯାନ୍ତୁ ।

ଆପଣ ବୋଧେ ଅନୁମାନ କରିପାରୁନଥିବେ ଯେ ପ୍ରତ୍ୟେକ ଦିନ ଆମ ଜୀବନରେ ୧୧ଟି ନକରାତ୍ମକ ଚିନ୍ତା ଆସିଥାଏ । ତେବେ ଖୁସିର କଥା ଯେ ୪୩ ପ୍ରତିଶତ ଲୋକ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରି ନକରାତ୍ମକ ଚିନ୍ତା ସହ ଲଢିପାରନ୍ତି । ନକରାତ୍ମକ ଚିନ୍ତା ସହ ଲଡେଇ କରିବା ପାଇଁ ମେଡିଟେସନ, ନିଜର ଖୁସି ଅନୁସାରେ କାମ, ପଢିବା ସବୁଠାରୁ ମଜବୁତ ହତିଆର ।