ସିବିଏସଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ସଂଶୋଧିତ ହେଲା ଗ୍ରେଡିଙ୍ଗ ସିଷ୍ଟମ । ଏଣିକି ପରୀକ୍ଷାରେ ପାସ୍ ହେବା ପାଇଁ ରଖିବାକୁ ପଡିବ ମାତ୍ର ଏତିକି ନମ୍ବର

28

ସିବିଏସଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆଗାମୀ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଲିଖିତ ଓ ପ୍ରାକ୍ଟିକାଲ ଦୁଇଟି ପରୀକ୍ଷାରେ ମିଶାଇ ୩୩ ପ୍ରତିଶତ ନମ୍ବର ଆଣିବାକୁ ପଡ଼ିବ। ଏଯାବତ୍ ଛାତ୍ରଛାତ୍ରୀମାନଙ୍କୁ ପାସ୍ ହେବା ପାଇଁ ଲିଖିତରେ ଅଲଗା ଭାବେ ୮୦ଅଙ୍କରୁ ୩୩ ପ୍ରତିଶତ ଓ ପ୍ରାକ୍ଟିକାଲରେ ୨୦ଅଙ୍କରୁ ଅଲଗା ଭାବେ ୩୩ ପ୍ରତିଶତ ନମ୍ବର ଆଣିବାକୁ ହେଉଥିଲା।

ସୂଚନାଯୋଗ୍ୟ, ଭିନ୍ନ ଭିନ୍ନ ଭାବେ ୩୩ ପ୍ରତିଶତ ନମ୍ବର ଆଣିଲେ ହିଁ ଛାତ୍ରଛାତ୍ରୀମାନେ ପାସ୍ ହେଉଥିଲେ। ଆଗାମୀ ବର୍ଷରୁ ଏହି ନିୟମରେ ପରିବର୍ତ୍ତନ ହୋଇପାରେ। ଅର୍ଥାତ୍ ସିବିଏସଇ ଏହି ନିୟମକୁ ୨୦୧୯ରେ ହେବାକୁ ଥିବା ପରୀକ୍ଷା ପାଇଁ ଲାଗୁ କରିବାର ବିଚାର କରୁଛି।

ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ଏଯାବତ୍ ଏହି ନିୟମକୁ ନେଇ କୌଣସି ଶେଷ ନିଷ୍ପତ୍ତି ନିଆଯାଇପାରିନାହିଁ। କିନ୍ତୁ ଏହି ନିୟମକୁ ଲାଗୁ କରିବାର ସମ୍ଭାବନା ଅଧିକ ରହିଛି। ଯଦି ଏହି ନିୟମ ଲାଗୁ ହୋଇଯାଏ ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ହେବ।