କିପରି ହୁଏ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି? କେତେ ମିଳେ ଦରମା ?

239

କନକ ବ୍ୟୁରୋ: ଭାରତର ୫୦ ତମ ମୁଖ୍ୟ ବିଚାରପତି ହୋଇଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ । ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହି ନ୍ୟାୟ ପ୍ରଦାନ କରିବେ ଜଷ୍ଟିସ୍ ଚନ୍ଦ୍ରଚୂଡ । ଏହାପୂର୍ବରୁ ବମ୍ବେ ହାଇକୋର୍ଟରେ ଜଜ୍ ଓ ଆହ୍ଲାବାଦ ହାଇକୋର୍ଟରେ ଚିଫ୍ ଜଷ୍ଟିସ୍ ଭାବେ କାର୍ଯ୍ୟ କରିସାରିଛନ୍ତି ଡିୱାଇ ଚନ୍ଦ୍ରଚୂଡ । ତେବେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି କିପରି ହୁଏ, ତାଙ୍କର ମାସିକ ଦରମା କେତେ, ଜାଣନ୍ତୁ କିଛି ବିଶେଷ କଥା ।

ଏହାକୁ ଜାଣିବାକୁ ହେଲେ ସୁପ୍ରିମକୋର୍ଟରେ ଜଜଙ୍କର ନିଯୁକ୍ତିକୁ ବୁଝିବାକୁ ପଡିବ । ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପାଇଁ କଲେଜିୟମ ସୁପାରିଶ କରନ୍ତି । ଏହି କଲେଜିୟମ ଏକ କମିଟି ପରି ଯେଉଁଥିରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତିମାନେ ଥାନ୍ତି । ଏମାନେ ବିଚାରପତିଙ୍କ ନାଁ କେନ୍ଦ୍ର ସରକାରଙ୍କୁ ପଠାନ୍ତି । ଏଥିରେ କେନ୍ଦ୍ରର ମୋହର ଲାଗିବା ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ହୁଏ ।

ଯେଉଁଦିନ କୌଣସି ବିଚାରପତି କୋର୍ଟରେ ଶପଥ ନିଅନ୍ତି, ସେହି ଦିନ ନିଷ୍ପତ୍ତି ହୋଇଯାଏ ଯେ, ସିଏ ମୁଖ୍ୟ ବିଚାରପତି ହେବେ କି ନାହିଁ । କେବେ କେବେ କୋର୍ଟରେ ଏକାଧିକ ବିଚାରପତି ଶପଥ ନିଅନ୍ତି, ଯିଏ ବରିଷ୍ଠତା ଆଧାରରେ ପ୍ରଥମେ ଶପଥପାଠ କରନ୍ତି ତାଙ୍କୁ ହିଁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଏ । ଫରକ୍ ମାତ୍ର ୨/୩ ମିନିଟର
ଉଦାହରଣ ସ୍ୱରୁପ, ଜଷ୍ଟିସ୍ ଦୀପକ ମିଶ୍ର, ଓ ଜଷ୍ଟିସ୍ ଚେଲମେଶ୍ୱର ଗୋଟିଏ ଦିନରେ ଶପଥ ନେଲେ କିନ୍ତୁ ପ୍ରଥମେ ଶପଥ ନେଇଥିବାରୁ ଜଷ୍ଟିସ୍ ମିଶ୍ର ହେଲେ ମୁଖ୍ୟ ବିଚାରପତି ।

ମୁଖ୍ୟ ବିଚାରପତିଙ୍କ ଦରମା କେତେ?
ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ସେମାନଙ୍କ ଜଜଙ୍କ ଦରମା ଶେଷ ଥର ୨୦୧୬ରେ ରିଭାଇଜ ହୋଇଥିଲା । ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ ମୁତାବକ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ମାସିକ ଦରମା ୨ ଲକ୍ଷ ୮୦ ହଜାର ହୋଇଥିବାବେଳେ ଜଜ୍ ମାନଙ୍କ ଦରମା ୨.୫୦ ଲକ୍ଷ ହୋଇଥାଏ । ଅବସର ପରେ ମୁଖ୍ୟ ବିଚାରପତିଙ୍କୁ ବାର୍ଷିକ ୧୬.୮୦ ଲକ୍ଷ ପେନସନ୍ ମିଳୁଥିବାବେଳେ ଜଜ୍ ମାନଙ୍କୁ ୨୦ ଲକ୍ଷ ଟଙ୍କା ପେନସନ୍ ମିଳେ । ଏହାସହ ସେମାନଙ୍କୁ ୨୦ ଲକ୍ଷ ଟଙ୍କାର ଗ୍ରାଚୁଇଟି ମଧ୍ୟ ମିଳେ ।