ଏଲନ୍ ମସ୍କ ଓ ପରାଗ ଅଗ୍ରୱାଲ କିଭଳି ହୋଇଗଲେ ଶତ୍ରୁ? କେଉଁଠୁ ଆରମ୍ଭ ହୋଇଥିଲା ବିବାଦ?

ଏଲନ୍ ମସ୍କ ଓ ପରାଗ ଅଗ୍ରୱାଲ କିଭଳି ହୋଇଗଲେ ଶତ୍ରୁ? କେଉଁଠୁ ଆରମ୍ଭ ହୋଇଥିଲା ବିବାଦ?

କନକ ବ୍ୟୁରୋ: ଚଳିତ ବର୍ଷ ୨୦୨୨ ବହୁ ବଡ ଘଟଣାର ସାକ୍ଷୀ ହୋଇ ରହିଛି । ଗୋଟିଏ ପଟେ ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଅନ୍ୟପଟେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟ୍ୱିଟର ଭିତରେ ହୋଇଥିବା ଡିଲ୍ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା । ତେବେ ବହୁ ବାଦ ବିବାଦ ପରେ ଶେଷରେ ଅକ୍ଟୋବର ୨୮ ତାରିଖରେ ଟ୍ୱିଟର ନେତୃତ୍ୱ ସମ୍ପୂର୍ଣ୍ଣ ଭାବେ ଏଲନ୍ ମସ୍କଙ୍କ ହାତକୁ ଯାଇଛି । ଏଲନ୍ ଟ୍ୱିଟରର ଦାୟିତ୍ୱ ନେବା ପରେ ତାଙ୍କ ଟାର୍ଗେଟରେ ଥିଲେ ପୂର୍ବତନ ସିଇଓ ପରାଗ୍ ଅଗୱାଲ । ତାଙ୍କ ସହ କିଛି ଅଧିକାରୀଙ୍କୁ ଡେକ୍ୱାର୍ଟରରୁ ବିଦା କରିଛନ୍ତି ଏଲନ୍ । ହେଲେ ଦୁହିଁଙ୍କ ମଧ୍ୟ କେଉଁ କଥାକୁ ନେଇ ବିବାଦ ଥିଲା?

ଟ୍ୱିଟରରୁ ବାଦ ପଡିଥିବା ଭାରତୀୟ ପରାଗ୍ ଅଗ୍ରୱାଲ ଆରମ୍ଭରୁ ହିଁ ଏଲନ୍ ମସ୍କଙ୍କ ବିରୋଧରେ ପ୍ରତିକ୍ରିୟା ଦେଇଆସୁଥିଲେ । ଏଲନ୍ ଟ୍ୱିଟର ପାଇଁ ନିଲାମୀ ଲଗାଇବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଏଲନ୍ ଟ୍ୱିଟର କିଣିବା ପ୍ରସ୍ତାବ ଦେବା ପରେ ପରାଗ୍ ଅଗ୍ରୱାଲ ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତେଣୁ ଯେତେବେଳେ ଏଲନ୍ ଟ୍ୱିଟରର ମାଲିକ ହେଲେ ପ୍ରଥମେ ପରାଗଙ୍କୁ ଟର୍ମିନେଟ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe