ଚୀନର ଗୁଇନ୍ଦା ବେଲୁନ୍ କେତେ ଘାତକ? ଜାଣନ୍ତୁ, ଏହା କେତେ ବଡ ଏବଂ ଏହାର କ୍ଷମତା କେତେ?

175

କନକ ବ୍ୟୁରୋ: ଚୀନର ଗୁଇନ୍ଦା ବେଲୁନ୍ ଉପରେ ଆମେରିକାର କାର୍ଯାନୁଷ୍ଠାନ । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଛି ଆମେରିକା । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଣ୍ଟିକ ମହାସାଗରରେ ପଡିଛି । ଆମେରିକାର ଏୟାରଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ ଦେଇଛି । ଯାହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । କୁହାଯାଉଥିଲା ଚୀନ୍ ଆମେରିକା ଆକାଶରେ ବେଲୁନ ଉଡାଇ ଗୁଇନ୍ଦାଗିରି କରୁଥିଲା । ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଣ୍ଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଆମେରିକା ଆକାଶରେ ଉଡୁଥିବା ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା । କାରଣ ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ବେଲୁନଟିକୁ ଉଡାଇ ଦେଇଛି । ଏହି ସ୍ପାଏ ବେଲୁନଟି ଭୂପୃଷ୍ଠରୁ ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା ।

  • ଚୀନର ଗୁଇନ୍ଦା ବେଲୁନ୍ ବା ଏୟାରସିପ୍ ୩ଟି ବସ୍ ଆକାରର
  • ଲମ୍ବ ୧୩୦ ଫୁଟ ଏବଂ ଚଉଡ଼ା ୧୨୦ ଫୁଟ୍
  • ୮୦ ହଜାର ଫୁଟ ଉଚ୍ଚରେ ଉଡ଼ିପାରିବ
  • ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ
  • ବେଲୁନର ସ୍ୱତନ୍ତ୍ର ନିରୀକ୍ଷଣ କ୍ଷମତା ଥିଲା
  • ଆମେରିକାର ପରମାଣୁ କ୍ଷେପଣାସ୍ତ୍ର ଅଞ୍ଚଳରେ ଉଡୁଥିଲା ସ୍ପାଏ ବେଲୁନ୍
  • ଆମେରିକାର ପ୍ରତିରକ୍ଷା ବିଭାଗ ହାଇଆଲର୍ଟରେ ଥିଲା
  • ଏୟାରସିପ୍ ଗବେଷଣା ପାଇଁ ଉଦ୍ଦିଷ୍ଟ ଥିଲା: ଚୀନ୍
  • ଚୀନର ଏୟାରସିପ୍ ବେଲୁନ ପେଣ୍ଟାଗନ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା
  • ଆମେରିକାର ସମ୍ବେଦନଶୀଳ ଅଞ୍ଚଳରେ ଚୀନ୍ ବେଲୁନ ଠାବ ହୋଇଥିଲା
  • ତଦନ୍ତ ପାଇଁ ଆମେରିକା କମିଟି ଗଠନ କରିଛି
  • ଆମେରିକା ଓ ଚୀନ୍ ମଧ୍ୟରେ ଏହାକୁ ନେଇ ବିବାଦ ବଢ଼ିଛି

ବେଲୁନ୍ କେତେ ଘାତକ?

  • ବେଲୁନଟି କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ହୋଇଥାଏ
  • ଏହି ବେଲୁନଗୁଡ଼ିକ ହିଲିୟନ ଗ୍ୟାସ ବ୍ୟବହାର କରନ୍ତି
  • ଏହା ସୌରଶକ୍ତି ଦ୍ୱାରା ପରିଚାଳିତ
  • ବେଲୁନଟି ନିଜେ ନିଜର ଦିଗ ପରିବର୍ତ୍ତନ କରିବାକୁ ସକ୍ଷମ
  • ବେଲୁନରେ ଛେଦ କରିବା ଦ୍ୱାରା ଗ୍ୟାସ ଲିକେଜ୍ ଧୀର ଗତିରେ ହୋଇଥାଏ
  • ପୂର୍ବରୁ ୧୯୯୮ରେ କାନାଡା ବାୟୁସେନା ଏକ ବିପଥଗାମୀ ପାଣିପାଗ ବେଲୁନକୁ ତଳକୁ ଖସାଇବାକୁ ଉଦ୍ୟମ କରିଥିଲା
  • ହଜାର ହଜାର ସଂଖ୍ୟାରେ ଫାୟାରିଂ କରିବା ପରେ ଏହା ତଳକୁ ଖସିବା ପାଇଁ ୬ ଦିନ ଲାଗିଥିଲା
  • ବେଲୁନକୁ ନଷ୍ଟ କରିବା ଦ୍ୱାରା ବିସ୍ଫୋରଣ ହୋଇନଥାଏ