ରାଜଧାନୀରେ ଆନ୍ଦୋଳନର ୩ଟି ଚିତ୍ର : ଲୋୟର ପିଏମଜିରେ ଆନ୍ଦୋଳନରେ ଆଶାକର୍ମୀ; ଏପଟେ ଶିକ୍ଷକ ଓ ଡ୍ରାଇଭରଙ୍କୁ ମିଳିଲାନି ଅନୁମତି

183

କନକ ବ୍ୟୁରୋ :ଧାରଣାର ଭିନ୍ନ ଚିତ୍ର । ପ୍ରତିବାର ତିନୋଟି ରୂପ । ଆଜି ରାଜଧାନୀରେ କିଛି ଏହପରି ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ଚିତ୍ରରେ ଦେଖିବାକୁ ମିଳିଛି ଶହ ଶହ ଆଶାକର୍ମୀ ନିଜ ଦାବି ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି । ସେପଟେ ଧାରଣା ପାଇଁ ଅନୁମତି ନମିଳିବା ପରେ ଶହ ଶହ ଶିକ୍ଷକଙ୍କ ମେଳି ରାଜଧାନୀରେ ଦେଖିବାକୁ ମିଳିଛି ।

ପ୍ରଥମେ ଆଇଜି ପାର୍କ ପରେ ପ୍ରଦର୍ଶନୀ ପଡିଆରେ ଶିକ୍ଷକଙ୍କ ମେଳି ଜମିଥିବା ଚିତ୍ର ସାମ୍ନାକୁ ଆସିଛି । ସେହିପରି ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ମଧ୍ୟ ଜୋରଦାର ଚାଲିଛି । ଡ୍ରାଇଭରମାନଙ୍କ ଧାରଣା ପାଇଁ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଆନ୍ଦୋଳନ ପାଇଁ ଶିକ୍ଷକଙ୍କୁ ପୋଲିସ ଅନୁମତି ମିଳିନଥିବା ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇଛନ୍ତି ଶିକ୍ଷକ । ଆଇଜି ପାର୍କରେ ଏକତ୍ରିତ ହୋଇଥିବା ଶିକ୍ଷକଙ୍କୁ ଘଉଡାଇଛନ୍ତି ସୁରକ୍ଷାକର୍ମୀ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ପାର୍କରେ ଏକାଠି ହୋଇଥିବା ଶିକ୍ଷକଙ୍କୁ ବାହାର କରିଛନ୍ତି ସୁରକ୍ଷାକର୍ମୀ । ଶିକ୍ଷକଙ୍କୁ ବାହାର କରିବା ପରେ ଗେଟରେ ତାଲା ପକାଇ ଦିଆଯାଇଛି । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନର ପ୍ରଭାବ ବଲାଙ୍ଗୀରରେ ଦେଖିବାକୁ ମିଳିଛି । ଘରୋଇ ବସ୍ ଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବସ୍ ଗୁଡିକ ଚଳାଚଳ କରୁନାହିଁ । ବନ୍ଦ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ଏପରିକି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲକୁ ନଯାଇପାରି ଅଟକି ରହିଛନ୍ତି ।