ସେବାୟତ ବେଶରେ ରଥରେ ଚଢ଼ିଥିଲେ ଅଣସେବାୟତ । ମହାପ୍ରଭୁଙ୍କୁ ଛୁଇଁ ଉଠାଇଥିଲେ ଫଟୋ, ଉଠିଲା ପ୍ରଶ୍ନ, ରଥରେ କେମିତି ଚଢ଼ିଲେ ଅଣସେବାୟତ?

ସେବାୟତ ବେଶରେ ରଥରେ ଚଢ଼ିଥିଲେ ଅଣସେବାୟତ । ମହାପ୍ରଭୁଙ୍କୁ ଛୁଇଁ ଉଠାଇଥିଲେ ଫଟୋ, ଉଠିଲା ପ୍ରଶ୍ନ, ରଥରେ କେମିତି ଚଢ଼ିଲେ ଅଣସେବାୟତ?

କନକ ବ୍ୟୁରୋ : ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ଅନେକ ଭକ୍ତ ରଥ ଉପରକୁ ଚଢିଥିବାର ଫଟୋ ଏବେ ଭାଇରାଲ ହେଉଛି । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ ବସି ଫଟୋ ବି ଉଠାଇଛନ୍ତି । କେବଳ ସେତିକି ନୁହେଁ ସେହି ଫଟୋକୁ ସେମାନେ ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଏହି ଅଣସେବାୟତ ମାନେ ରଥ ଉପରକୁ କିପରି ଚଢିଲେ, ତାଙ୍କୁ କିପରି କେହି ବାରଣ କଲେ ନାହିଁ, ତାହାକୁ ନେଇ ଉଠିଛି ପ୍ରଶ୍ନ । ସୁରକ୍ଷା ବ୍ୟବସ୍ଥା କଡାକଡି ବୋଲି କୁହାଯାଉଥିବା ବେଳେ ଏହା କେମିତି ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥପ୍ରେମୀ । ତେବେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe