ମାହାଙ୍ଗା ଓ ମରୁଡି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ଗୃହକୁ ପୁଣି ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ।
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା । ବିରୋଧୀ ବିଜେପି ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି । ମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ଦଳ ଦାବି କରିଛି । ସେପଟେ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଛି । ଏହାକୁ ନେଇ ବିଧାନସଭାରେ ହୋହାଲ୍ଲା ଓ ହଙ୍ଗାମା ଦେଖାଦେଇଥିଲା । ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ବିରୋଧୀ ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଯାଇ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ । ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଯୋଗୁ ବିଧାନସଭାର ପ୍ରଶ୍ନକାଳ ଆଜି ବି ଚାଲି ପାରିନଥିଲା । ଫଳରେ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପୂର୍ବରୁ ଗୃହକାର୍ଯ୍ୟ କିଭଳି ସୁରୁଖୁରରେ ଚାଲିପାରିବ ସେଥିପାଇଁ ସର୍ବଦଳୀୟ ବୈଠକ ବାଚସ୍ପତି ଡାକିଥିଲେ । ଏପରିକି ମରୁଡି ପ୍ରସଙ୍ଗରେ ସରକାର ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସର୍ବଦଳୀୟ ବୈଠକ ପରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଯେଉଁଥିପାଇଁ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।