ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଳା : ଚାଷୀ ସମସ୍ୟା, ଧାନ ମଣ୍ଡି ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ନିକଟରେ କଂଗ୍ରସ , ବିଜେପି ବିଧାୟକଙ୍କ ନାରାବାଜି

୧୧ଟା ୩୦ ଯାଏଁ ଗୃହ ମୁଲତବୀ

75

କନକ ବ୍ୟୁରୋ : ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ଚାଷୀଙ୍କ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍କା ଓ ନାରାବାଜି ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ଗୃହ କାର୍ଯ୍ୟକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ବିଜେପି ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗାଉନ ପିନ୍ଧି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ଗୃହରେ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ ମଣ୍ଡିରେ ଧାନ ପଡ଼ିରହିଛି। ଧାନ ଉଠୁନି । କେତେବେଳେ ଟୋକନ କଥା କହୁଛନ୍ତି । କେତେବେଳେ ଦଳୀୟ .ନେତା ନିଷ୍ପତ୍ତି ନେଉଛନ୍ତି । ସେଥିପାଇଁ ଧାନ ଉଠୁନି । ବିଜେପିର ଦାବି ଅବିଳମ୍ବେ ଧାନ ଉଠାଯାଉ । ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ଦିନରେ ଆଖିରେ ଆଙ୍ଗୁଠି ଗେଞ୍ଜି ସତକୁ ମିଛ, ମିଛକୁ ସତ କରୁଛି ବିଜେଡି ବୋଲି ସେ ଅଭିଯୋଗ କରିଛନ୍ତି ।