ଅର୍ଚ୍ଚନା ନାଗ ମାମଲା : ଦ୍ୱିତୀୟ ଦିନରେ ଇଡିରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ ଦାସ; କହିଲେ, କରିନାହାନ୍ତି କୌଣସି ଆର୍ଥିକ କାରବାର

84

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡିରେ ପୁଣି ହାଜର ହେଲେ ହୋଟେଲ ବ୍ୟବସାୟୀ । ଶିବ ପ୍ରସାଦ ଦାସଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହାଜର ବେଳେ ଗଣମାଧ୍ୟମକୁ କହିଛନ୍ତି ସେ କୌଣସି ଆର୍ଥିକ କାରବାର କରିନାହାନ୍ତି । ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରକୁ ଜାଣିନଥିବା କହିଛନ୍ତି ଶିବ ପ୍ରସାଦ ।

ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜାଣିଛନ୍ତି, ହେଲେ ସେ ହୋଟେଲ ଯାଇଥିବା କଥାକୁ ଅସ୍ୱୀକାର କରିନାହାନ୍ତି । ସେମାନେ ହୋଟେଲ ଯାଉଥିବାରୁ ଇଡି ତାଙ୍କୁ ସମନ କରିଥିବା କହିଛନ୍ତି ଶିବପ୍ରସାଦ । ଗୁରୁବାର ପ୍ରଥମ ଥର ଇଡିରେ ହାଜର ହୋଇଥିଲେ ଶିବପ୍ରସାଦ । ୧୨ ଘଣ୍ଟା ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ସେପଟେ ଆଜି ପୁଣି ଜମି ମାଲିକ ପ୍ରଭାତ ପତିଙ୍କୁ ମଧ୍ୟ ଇଡିରେ ହଜାର ପାଇଁ ସମନ କରାଯାଇଛି ।