ତଳେ ଲାଗିଥିଲା ଲୋକଙ୍କ ଭିଡ ହଠାତ୍ ପବନରେ ଫୁଟିଗଲା ବାଣରେ ଭର୍ତ୍ତି ବେଲୁନ୍ ! ଆଉ ତା’ପରେ …. ଦେଖନ୍ତୁ ଛାତି ଥରାଇଦେଲା ଭଳି ଭିଡିଓ

600

ଘଟଣାଟି ମିଆଁମାରର । ମିଆଁମାରର ଟୋଙ୍ଗାଇ ସହରରେ ପ୍ରତିବର୍ଷ ହଟ୍ ଏୟାର୍ ବେଲୁନ୍ ଉତ୍ସବ ଧୁମଧାମରେ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ପାଳନ କରାଯାଉଥିଲା । ଲକ୍ଷ ଲକ୍ଷ ଲୋକ ଏହି ଉତ୍ସବକୁ ଉପଭୋଗ କରିବାକୁ ମଧ୍ୟ ଆସିଥିଲେ ଏବଂ ଏଭଳି ମାହୋଲକୁ ମନେ ରଖିବା ପାଇଁ କ୍ୟାମେରାରେ ଏହି ଭିଡିଓକୁ କଏଦ୍ ମଧ୍ୟ କରିଥିଲେ । କିନ୍ତୁ ଚଳିତ ବର୍ଷର ଏହି ଉତ୍ସବ ଆଣିଥିଲା ଏକ ବଡ ଦୁର୍ଘଟଣା । ଏହି ଉତ୍ସବରେ ଏକ ପବନ ବେଲୁନ୍ ମଧ୍ୟରେ ବାଣ ରଖାଯାଇ ଉଡାଯିବା ପରମ୍ପରା ରହିଛି । କିନ୍ତୁ ବେଲୁନ୍ କୁ ଉଙ୍ଗାଇବା ପରେ ଭୁମିରୁ ମାତ୍ର ୩୦୦ ଫୁଟ୍ ଉପରକୁ ଉଠିଛି କି ନାହିଁ ବେଲୁନ୍ ଟି ହଠାତ୍ ଫାଟିଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉତ୍ସବକୁ ଦେଖିବା ଉତ୍ସାହରେ ତଳେ ଠିଆ ହୋଇଥିବା ଲୋକଙ୍କ ଉପରେ ଏହି ବାଣ ଗୁଡିକ ପଡିଥିଲା । ବାଣର ଆକ୍ରୋଷରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ନଭେମ୍ବର ୧୭ ତାରିଖରେ ଘଟିଥିଲା ଏହି ଘଟଣା ।

କମିଟି ମୁତାବକ ବେଲୁନ୍ ଭିତରେ ପ୍ରାୟ ୫୦ କିଲୋର ଆକାଶବାଣ ଥିଲା । କିନ୍ତୁ ମାତ୍ର ୩୦୦ ଫୁଟ୍ ଉପରକୁ ଯିବା ପରେ ଏଥିରେ ନିଆଁ ଲାଗିଯିବା ଫଳରେ ବେଲୁନ୍ ଫାଟି ଯାଇଥିଲା ଏବଂ ଜଳୁଥିବା ଆତସବାଜୀ ତଳେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡିଥିଲା ।