ଖୁବ୍ ଶୀଘ୍ର ରୁପେଲି ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ହରର୍ ମୁଭି ଦି ଏଣ୍ଡ୍ । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ସ୍ୱାମୀ ମିଡିଆ ଏଂଟରଟେନମେଂଟର ଦ୍ୱିତୀୟ ଅବଦାନ ରୁପେ ଏହା ପରଦାକୁ ଆସୁଛି । ଫିଲ୍ମର ପ୍ରଯୋଜନା ଓ କାହାଣୀ ଲେଖିଛନ୍ତି ସତ୍ୟକାନ୍ତ ସାହୁ । ମୁଭିର ମେଲ ଲିଡରେ ଅଛନ୍ତି ଟେଲିଭିଜନ ଜଗତର ପପୁଲାର ହୋଷ୍ଟ ଅଶ୍ୱିନୀ । ତେବେ ଫିମେଲ ଲିଡ୍ ପାଇଁ ନାୟିକା ଖୋଜା ଚାଲିଛି । ଅନ୍ୟପଟେ ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ରିଲିଜ ଡେଟ୍ ଏଯାଏ ସ୍ଥିର ହୋଇନାହିଁ ।