ଆଜି କୋର୍ଟରେ ହାଜର ହେବେ ହନିପ୍ରୀତ ! ୩୮ ଦିନର ଲୁଚକାଳି ଖେଳ ପରେ ଗତକାଲି ଗିରଫ କରିଥିଲା ପୋଲିସ

30

କନକ ବ୍ୟୁରୋ : ଆଜି ପଂଚକୁଲା କୋର୍ଟରେ ହାଜର ହେବେ ହନିପ୍ରୀତ । ପଂଜାବର ଜିରକପୁର-ପାଟିଆଲା ରୋଡ ମଝିରେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତକୁ ଗିରଫ କରିଛି ହରିୟାଣା ପୁଲିସ । ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ଓ ଦଙ୍ଗା ପାଇଁ ଷଡଯନ୍ତ୍ର ଭଳି ସଂଗୀନ ମାମାଲା ରହିଛି । ପୂର୍ବରୁ ହନିପ୍ରୀତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହା ପରେ ହନିପ୍ରୀତ, ପଂଜାବ-ହରିୟାଣା ହାଇକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି ।ଗତକାଲି ଗିରଫ ହେବା ପୂର୍ବରୁ ଏକ ଟିଭି ଚ୍ୟାନଲକୁ ସାକ୍ଷାତାକାର ଦେଇଥିଲେ । ଏହାପରେ ପୋଲିସ ନିଶ୍ଚିତ ହୋଇଯାଇଥିଲା ଯେ ହନିପ୍ରୀତ ଦିଲ୍ଲୀ କିମ୍ବା ହରିୟାଣାରେ ଲୁଚିକି ରହିଛି । ତେଣୁ ହନିପ୍ରୀତକୁ ଧରିବା ପାଇଁ ବେଶି କଷ୍ଟ ପୋଲିସକୁ କରିବାକୁ ପଡିନଥିଲା  ।