ବଜାରର ମହଙ୍ଗା ପ୍ରୋଟିନ୍ ପାଉଡରକୁ ନେଇ ଚିନ୍ତିତ କି? ଚିନ୍ତା କରନ୍ତୁ ନାହିଁ ଘରେ ବସି ସ୍ୱଳ୍ପ ଟଙ୍କାରେ ପ୍ରସ୍ତୁତ କରନ୍ତୁ ପ୍ରୋଟିନ୍ ପାଉଡର ।

172

ଆଜିକାଲି ସମସ୍ତଙ୍କ ଉପରେ ସିକ୍ସ ପ୍ୟାକ୍ ଆବ୍ସ ଏବଂ ଫିଟ୍ ରହିବାର ନିଶା ଘାରିଛି । ଯାହା ପାଇଁ ଆମକୁ ସନ୍ତୁଳିତ ଆହାରର ମଧ୍ୟ ଆବଶ୍ୟକତା ରହିଛି । ଏହାସହ ଜିମ୍ ଯାଇ କସରତ କରିବା ଏବଂ ପ୍ରୋଟିନ୍ ପାଉଡର ପିଇବା ମଧ୍ୟ ବହୁତ ଜରୁରୀ ଅଟେ । କିନ୍ତୁ ମହାଙ୍ଗା ଜମାନାରେ ଏ ସବୁ ଜରୁରୀ ଦ୍ରବ୍ୟକୁ କିଣିବା କାଠିକର ପାଠ ହୋଇପଡୁଛି । କିନ୍ତୁ ଆପଣ ଯଦି ଚାହିଁବେ ଘରେ ବସି ଖୁବ୍ କମ୍ ସମୟରେ ଏହି ପ୍ରୋଟିନ୍ ପାଉଡରକୁ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ କିଭଳି ଭାବେ ପ୍ରୋଟିନ୍ ପାଉଡର ପ୍ରସ୍ତୁତ କରିବେ ସେ ଉପରେ ନଜର ପକାଇବା ।୧ . ପ୍ରଥମେ ୧୦୦ ଗ୍ରାମ୍ ଆଲମଣ୍ଡ, ୧୦୦ ଗ୍ରାମ୍ ସୋୟାବିନ୍ , ୧୦୦ ଗ୍ରାମ୍ ଚିନାବାଦାମ ଏବଂ ୧୦୦ ଗ୍ରାମ୍ ମିଲ୍କ ପାଉଡର(ଅମୁଲ) ନେଇଯାଆନ୍ତୁ ।୨ . ଏହି ସବୁ ସାମଗ୍ରୀକୁ ଭଲ ଭାବରେ ଗ୍ରାଇଣ୍ଡି କରିଦିଅନ୍ତୁ ଏବଂ ମନେରଖନ୍ତୁ ସବୁର ପରିମାଣ ଯେପରି ସମାନ ରହିଥାଏ ।
୩ . ଆପଣ ଯଦି ଏଥିରେ ଚକଲେଟ୍ ଫ୍ଲେବର ଦେବାକୁ ଚାହାନ୍ତି ତେବେ ଅମୁଲକୁ ହଟାଇ ଚକଲେଟ୍ ପାଉଡରକୁ ନେଇପାରିବେ ।
ଖାଇବା ପ୍ରଣାଳୀ : ସକାଳେ ଏବଂ ସନ୍ଧ୍ୟାରେ ଗରମ କ୍ଷୀର ସହ ଏହି ପାଉଡରକୁ ଗୋଳାଇ ପିଅନ୍ତୁ । ଆପଣ ଚାହିଁଲେ ଏହି ଡ୍ରିଙ୍କରେ ମହୁ ମଧ୍ୟ ଗୋଳାଇ ପିଇପାରିବେ ।
• ପ୍ରତିଦିନ ଜିମ୍ ଯାଉଥିବା ବ୍ୟକ୍ତି ଏହି ଡ୍ରିଙ୍କକୁ ଦିନରେ ୫ ରୁ ୬ ଥର ପିଅନ୍ତୁ ।
• କେବଳ ବଡ ଲୋକ ନୁହଁ ଏହି ଡ୍ରିଙ୍କକୁ ଛୋଟପିଲାଠୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ ପିଇବାକୁ ଦିଅନ୍ତୁ । ଛୋଟପିଲାଙ୍କୁ ୩ ରୁ ୪ ଚାମଚ ଏବଂ ବୟସ୍କଙ୍କୁ ୪ ରୁ ୫ ଚାମଚ ପାଉଡର କ୍ଷୀରରେ ଗୋଳାଇ ପିଇବାକୁ ଦିଅନ୍ତୁ । ଏହି ଡ୍ରିଙ୍କ୍ ପିଇବାଦ୍ୱାରା ହାଡ ଏବଂ ମାଂସପେଶୀ ମଜବୁତ ରହିଥାଏ ।
• ଗର୍ଭବତୀ ମହିଳାମାନେ ମଧ୍ୟ ୪ ରୁ ୫ ଚାମଚ ପ୍ରୋଟିନ୍ ପାଉଡର ଡ୍ରିଙ୍କ୍ ସେବନ କରିବା ଆବଶ୍ୟକ ।