୨୬ ଜାନୁଆରୀରେ ଡ୍ରୋନ ଓ ଆକାଶମାର୍ଗରୁ ହୋଇପାରେ ବଡ ଧରଣର ଆକ୍ରମଣ ! ୭ଟି ରାଜ୍ୟରେ ଆଲର୍ଟ

31

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ନୂଆ ଚାଲ । ଭାରତରେ ଆତଙ୍କ ଖେଳାଇବାକୁ ଏବେଠୁ ହେଲାଗଣତନ୍ତ୍ର ଦିବସରେ ହୋଇପାରେ ବଡଧରଣର ଆକ୍ରମଣ । ଜାନୁଆରୀ ୨୬ରେ ଡ୍ରୋନ କିମ୍ବା ଆକାଶପଥରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଏନେଇ ବିଭିନ୍ନ ରାଜ୍ୟକୁ ଆଲର୍ଟ କରିଛି ଗୃହ ମନ୍ତ୍ରାଳୟ । ସମ୍ଭାବିତ ଆତଙ୍କବାଦୀ ଆକ୍ରମଣ ନେଇ କିଛି ରାଜ୍ୟର ପୋଲିସ ବିଭାଗକୁ ସର୍ତକ କରିଛି ଗୁଇନ୍ଦା ବିଭାଗ । ଏ ବାବଦରେ ୭ଟି ରାଜ୍ୟର ପୋଲିସ ମୁଖିଆ ଓ ମୁଖ୍ୟ ଶାସନ ସଚିବ ଚିଠି ଲେଖି ଆଲର୍ଟ କରିଛି ଗୃହ ମନ୍ତ୍ରାଳୟ । ଖାସକରି ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ବୋଲି ଚିଠିରୁ ଜଣା ପଡିଛି ।

ପୋଲିସକୁ ଜାରି ହୋଇଥିବା ଚିଠିରେ କୁହାଯାଇଛି କି, ୨୬ ଜାନୁଆରୀ ତଥା ଗଣତନ୍ତ୍ର ଦିବସ ଅବସରରେ ଡ୍ରୋନ କିମ୍ବା ଆକାଶ ମାର୍ଗରୁ ଆକ୍ରମଣ ହୋଇପାରେ । ତେଣୁ ଯେଉଁ ସ୍ଥାନରେ ଛୋଟ ଉଡାଜାହାଜ ଅବତରଣ କରୁଥିବ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ରାଷ୍ଟ୍ରପତି ଭବନର ସୁରକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ରାଷ୍ଟ୍ରପତି ଭବନର ୩୦୦ ମିଟର ଭିତରେ କୌଣସି ଉଡାଜାହାଜ, ଡ୍ରୋନ ନ ଉଡିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।