ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଗଲେ ହୋମଗାର୍ଡ

33

କନକ ବ୍ୟୁରୋ: ଭୁବନେଶ୍ୱର ଧଉଳି ଛକରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ ଗଲେ ହୋମଗାର୍ଡ । ହୋମଗାର୍ଡ ଗଣେଷ ଭୋଇ ଗତକାଲି ସଂଧ୍ୟା ସମୟରେ ଏକ ଅଟୋରେ ଛାତ୍ରୀ ଜଣକ ସହ ଜୋର ଜବରଦସ୍ତ କରି ତାଙ୍କୁ ମାର୍କେଟିଂ କରାଇନେବାକୁ କହି ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ଛାତ୍ରୀ ଜଣକ ।

ଅଭିଯୋଗ ଅନୁସାରେ, ଛାତ୍ରୀ ଜଣକ ଭୁବନେଶ୍ୱର ଆସିବା ପାଇଁ ବାଳକାଟି ଛକରେ ଅଟୋ ପାଇଁ ଅପେକ୍ଷା କରିଥିଲେ । ହୋମଗାର୍ଡ ଜଣକ ପାର୍ଟ ଟାଇମ ଅଟୋ ଡ୍ରାଇଭର ଥିଲେ । ଛାତ୍ରୀ ଓ ଗଣେଷ ଉଭୟ ଗୋଟିଏ ଗାଁର ହୋଇଥିବାରୁ, ଛାତ୍ରୀଙ୍କୁ ସାହାଯ୍ୟ କରିବାକୁ କହି ଅଟୋରେ ଗଣେଷ ବସାଇଥିଲେ ।

ତେବେ ଅଟୋରେ ପୁର୍ବରୁ ବସିଥିବା ୨ ପ୍ୟାସେଂଜର ଓହ୍ଲାଇବା ଯିବାପରେ, ଧଉଳି ଛକ ନିକଟରେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଏନେଇ ଧଉଳି ଥାନା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ହୋମଗାର୍ଡକୁ କୋର୍ଟ ଚାଲଣ କରିଛି ।