କଷ୍ଟ ସହି ନପାରି ଜୀବନ ହାରିଲେ ଏଚଆଇଭି ରୋଗୀ । ପରିବାର ଲୋକଙ୍କୁ ହରାଇ ଏକାକୀ ରହୁଥିବା ରବୀନ୍ଦ୍ର ତାମୁଡିଆ କିରୋସିନ ଢାଳି କଲେ ଆତ୍ମହତ୍ୟା

ରାଇରଙ୍ଗପୁର ସୁନାପୁଷି ଗାଁର ଘଟଣା

454

କନକ ବ୍ୟୁରୋ: ରୋଗ କଷ୍ଟ ସହିନପାରି ଆତ୍ମହତ୍ୟା କଲେ ଏଚଆଇଭି ପୀଡିତ । ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ଆସିଛି ଏଭଳି ଅଭାବନୀୟ ଖବର । ତିରିଂ ଥାନା ଅଂଚଳର ସୁନାପୁଷି ଗାଁରେ ଘଟିଛି ଏହି ଅଘଟଣ । ଏଚଆଇଭି ଓ ଟିବି ପୀଡିତ ସୁନାପୁଷି ଗାଁର ରବୀନ୍ଦ୍ର ତାମୁଡିଆ ରୋଗ କଷ୍ଟ ସହିନପାରି ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ବହୁ ପୂର୍ବରୁ ବାପା, ମାଆ ଓ ଭାଇଙ୍କ ମୃତ୍ୟୁ ପରେ ଘରେ ଏକା ରହୁଥିଲେ ରବୀନ୍ଦ୍ର । ଏଠି ସେଠି କାମ କରି ମଜୁରୀ ଲାଗି ସେ ଚଳୁଥିବା ବେଳେ ଗତ ୩ ବର୍ଷ ହେଲା ଏଚଆଇଭି ଓ ଟିବି ରୋଗରେ ପୀଡିତ ହୋଇଥିଲେ । ଶୁକ୍ରବାର ଅପରାହ୍ନରେ ରୋଗ କଷ୍ଟ ଯୋଗୁଁ ରବିନ୍ଦ୍ର ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଚିକ୍ରାର ଶୁଣି ପାଖ ପୋଡଶୀ ଲୋକ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଭର୍ତି କରିଥିଲେ ।