ଦର୍ଶକଙ୍କ ମନ ଜିଣୁଛି ନାଟକ ‘ଆହେ ନୀଳଶଇଳ’ : ବୟସ୍କଙ୍କ ଠାରୁ ଯୁବପିଢି…ସମସ୍ତେ ଭାବବିହ୍ୱଳ

73

କନକ ବ୍ୟୁରୋ : ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଶୁକ୍ରବାର ପ୍ରଦର୍ଶିତ ହୋଇଛି ଚକ୍ଲେଟ୍ ପ୍ରଡକ୍ସନ ପ୍ରାୟୋଜିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ର ୧୯ତମ ସୋ’ । ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏହି ନାଟକ । ପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ତତ୍କଳାନୀ ଗଜପତି ରାମଚନ୍ଦ୍ର ଦେବ କିପରି ସର୍ବୋଚ୍ଚ ବଳିଦାନ ଦେବାକୁ ପଛାଇ ନାହାନ୍ତି, ତାହାରି ଉପରେ ଆଧାରିତ ନାଟକର କାହାଣୀ ।

ଏହି ନାଟକ ଦେଖି ଭାବବିହ୍ୱଳ ହୋଇ ଯାଉଛନ୍ତି ଦର୍ଶକ । ପୋଷାକ ପରିପାଟି ଠାରୁ ଆରମ୍ଭ କରି କଳାକାରଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଦେଉଛି । ଏହି ନାଟକ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଦର୍ଶକ ଆସୁଛନ୍ତି । ନାଟକ ଦେଖିବାକୁ ଉଭୟ ଯୁବପିଢ଼ି ଓ ବୟସ୍କ ବ୍ୟକ୍ତିଙ୍କ ଭିଡ଼ ଜମୁଛି । ରବୀନ୍ଦ୍ର ମଣ୍ଡପରେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ ଏହି ନାଟକ । ସନ୍ଧ୍ୟା ୬ଟାରେ ଆରମ୍ଭ ହେଉଛି ସୋ’ ।