ଏହି ବ୍ରେନଟିଜର ଅନେକ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି ! କ’ଣ ଆପଣ ଏହାକୁ ସମାଧାନ କରିପାରିବେ କି ?

36

ପ୍ରତି ସପ୍ତାହରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ବ୍ରେନଟିଜର ଦେଖିବାକୁ ମିଳିଥାଏ । ଯାହା ଲୋକମାନଙ୍କୁ ବଡ ଦ୍ୱନ୍ଦ୍ୱରେ ପକାଇ ଦେଇଥାଏ । ଲୋକମାନେ ସେହି ସମୀକରଣକୁ ସମାଧାନ କରିବା ପାଇଁ ବହୁ ଚେଷ୍ଟା କରିଥାନ୍ତି । କିଛି ଲୋକ ଏଥିରେ ସଫଳ ହୋଇଥିବା ବେଳେ ଅନେକ ଏଥିରେ ଅସଫଳ ହୋଇଥାନ୍ତି । ସେହିଭଳି ଏକ ସମୀକରଣ ଆପଣଙ୍କ ସାମ୍ନାରେ ରଖାଯାଇଛି ।

ଏଥିରେ ଥିବା ବସ୍ତୁ ଗୁଡିକର ମୂଲ୍ୟ ହିସାବ କରି ଏହାକୁ ସମାଧାନ କରିବାକୁ ହେବ । ଏଥିରେ ଚାରୋଟି ସମୀକରଣ ଦିଆଯାଇଛି । ସେଥି ମଧ୍ୟରୁ ତିନୋଟି ସମୀକରଣର ପୂର୍ବରୁ ସମାଧାନ କରିଦିଆଯାଇଛି । ସେହି ତିନୋଟି ସମୀକରଣକୁ ଆଧାର କରି ଚତୁର୍ଥ ସମୀକରଣର ଉତ୍ତର ବାହାର କରିବାକୁ ପଡିବ । ଦିଆଯାଇଥିବା ଏହି ସମୀକରଣରେ କେତୋଟି ବସ୍ତୁ ଦିଆଯାଇଛି ଏବଂ ସେହି ବସ୍ତୁ ଗୁଡିକର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ତେଣୁ ପ୍ରଥମେ ଦିଆଯାଇଥିବା ବସ୍ତୁ ଗୁଡିକର ମୂଲ୍ୟକୁ ଠିକ ଭାବରେ ବୁଝି ଏହାକୁ ସମାଧାନ କରିବାକୁ ପଡିବ ।

ଏହି ସମୀକରଣରେ ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ବସ୍ତୁଗୁଡିକର ପାର୍ଟନକୁ ପରିବର୍ତ୍ତନ କରିଦିଆଯାଇଛି । ଧ୍ୟାନଦେଲା ଭଳି କଥା ଏହିକି ଯେ, ଶେଷ ସମୀକରଣରେ ଚାରୋଟି କଦଳି ବଦଳରେ ତିନୋଟି କଦଳି ଦେଖାଇ ଯାଇଛି । ଏବଂ ଘଣ୍ଟାରେ ଏକ ଅଲଗା ସମୟ ଦର୍ଶାଇ ଯାଇଛି । ତେବେ ଆସନ୍ତୁ ଏହାକୁ ସଠିକ ଭାବେ ସମାଧାନ କରି ଉତ୍ତର ଜାଣିବା ।

ଉତ୍ତର ହେଉଛି ୩୮ ! ଆପଣ ଦିଆଯାଇଥିବା ସମୀକରଣରେ ଗଣିପାରିବେ ତଳେ ପ୍ରତ୍ୟକଟି ଗୁଚ୍ଛରେ ୩ଟି ଲେଖାଏଁ କଦଳି ରହିଛି , ଘଣ୍ଟାରେ ସମୟକୁ ବଦଳାଇ ୨ ଅଙ୍କ ଉପରେ ଇଙ୍ଗିତ କରାଯାଇଛି । ଏବଂ ପେଣ୍ଟାଗନରେ ୧୫ଟି କୋଣ ରହିବା ବଦଳରେ ୧୧ଟି କୋଣ ରହିଛି । ତେଣୁ ୨+୩+(୩ ଗୁଣନ ୧୧) = ୩୮ । ତେବେ ଏହି ସମୀକରଣର ଉତ୍ତର ହେଉଛି ୩୮ ।