ଉପରମୁଣ୍ଡରେ ବର୍ଷା ହେତୁ ହୀରାକୁଦରେ ବଢୁଛି ଜଳସ୍ତର, ମଦାନଦୀରେ ବନ୍ୟା ଆଶଙ୍କା ନଥିବା କହିଲେ ଜଳଭଣ୍ଡାର କର୍ତ୍ତୃପକ୍ଷ । ତଥାପି ସତର୍କ ରହିବାକୁ ଦେଲେ ପରାମର୍ଶ

62

କନକ ବ୍ୟୁରୋ : ରାଜ୍ୟର ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ସେମାବାର ହୀରାକୁଦର ଜଳସ୍ତର ବଢିଥିବା ନେଇ ବିଭାଗୀୟ ଅଧୀକାରି ସୂଚନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ୬୧୫ଫୁଟ ଜଳସ୍ତର ରହିଥିବା ସୂଚନା ମିଳିଛି । ବିଭାଗୀୟ ଇଜିଂନିୟରଙ୍କ ସୂଚନା ଅନୁସାରେ ଜଳ ଭଣ୍ଡାର ମଧ୍ୟକୁ ୨୨, ୮୩୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୦,୮୬୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଗୋଟିଏ ସୁଇସଗେଟ୍ ଦେଇ ମହାନଦୀରେ ଜଳପ୍ରବାହିତ କରାଯାଉଛି । ସେହିପରି ବରଗଡ ଓ ଶାସନ କେନାଲରେ ମଧ୍ୟ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ସମୟରେ ସେପରି କୈାଣସି ଜଟିଳ ପରିସ୍ଥିତି ଉପୁଜିନାହିଁ । ସମ୍ପୂର୍ଣ୍ଣ ଭାବରେ କର୍ତ୍ତୃପକ୍ଷ ଜଳଭଣ୍ଡାର ଉପରେ ନଜର ରଖିଛନ୍ତି । ଯଦି ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ହୀରାକୁଦରେ ଜଳସ୍ତର ବଢିବ ତେବେ ଅଧିକର କେତୋଟି ଗେଟ ଖୋଲିବ ତାହା ବିଚାର କରାଯିବ । ତାହାସହ ବର୍ତ୍ତମାନ ସମୟରେ ମହାନଦୀରେ ବନ୍ୟା ପରିସ୍ଥିତି ହୋଇନପାରେ ବୋଲି ଜଣେ ବରିଷ୍ଠ ଅଧୀକାରି ସୂଚନା ଦେଇଛନ୍ତି ତେବେ ଲୋକମାନେ ସତର୍କ ରହିବା ପାଇଂ ମଧ୍ୟ ସୂଚନା ଦିଆଯାଇଛି । ବର୍ତ୍ତମାନ ମହାନଦୀରେ କୈାଣସି ବିପଦ ସଙ୍କେତ ନାହିଁ ଯଦି ଆଗକୁ ପାଣି ନିଷ୍କାସନ କରାଯିବ ତାହା ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି ଜଳଭଣ୍ଡାରର ଜଣେ ଅଧୀକାରି ସୂଚନା ଦେଇଛନ୍ତି ।