କନକ ବ୍ୟୁରୋ : ଖୋଲାଯିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ତେଣୁ ଆଜି ଅପରାହ୍ନରେ ଖୋଲିବ ଗେଟ । ଏବେ ୨ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଏବେ ବନ୍ୟାସ୍ଥିତି ନିୟନ୍ତ୍ରଣ ରହିଛି।କୌଣସି ବଡ଼ ଧରଣର କ୍ଷୟକ୍ଷତି ନାହିଁ। ବ୍ରାହ୍ମଣୀ ନଦୀରେ ୨ଟି ଘାଇ ହୋଇଛି । ଯାହାର ପ୍ରଭାବରେ ଯାଜପୁରରେ ଛୋଟ ଧରଣର ବନ୍ୟା ହୋଇଛି। ଏବେ ମୁଣ୍ଡୁଳିରେ ୬ଲକ୍ଷ ୯୭ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି। ଖଇରିମାଳରେ ୩ଲକ୍ଷ ୪୦ହଜାର ବରମୂଳ ୪ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି ।
ଏବେ ରାଜ୍ୟରେ ବର୍ଷାର ପରିମାଣ କମିଛି। ଏବେ ହୀରାକୁଦରେ ୪ଲକ୍ଷ ୭୦ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି ଯାହା ବର୍ଷା ହୋଇଛି ସେହି ଜଳ ପ୍ରବେଶ କରୁଛି। ହୀରାକୁଦ ଖୋଲିବା ପାଇଁ ଚିନ୍ତା କରାଯାଉଛି। ସେହି ଜଳ ଖଇରୀମାଳରେ ପହଞ୍ଚିବାକୁ ୧୨ଘଣ୍ଟା ଲାଗିବ ସେ ସମୟକୁ ତଳିଆ ଅଞ୍ଚଳରୁ ଜଳସ୍ତର କମିଯାଇଥିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
Follow Us