ବୈତରଣୀ, ବ୍ରହ୍ମଣୀ ସୁବର୍ଣ୍ଣରେଖା ଓ ଜଳକାରେ ବଢୁଛି ଜଳସ୍ତର : ଭଦ୍ରକ ଆଖୁଆପଦା ଓ ଆନନ୍ଦପୁର ନିକଟରେ ଛୁଇଁଲା ବିପଦ ସଂକେତ

92

କନକ ବ୍ୟୁରୋ: ଲଗାଣ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର । ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୧୫ ଦଶମିକ ୫୬ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ଆସନ୍ତାକାଲି ହୀରାକଦୁର ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । କେତୋଟି ଗେଟ ଖୋଲାଯିବ ତାହା ସ୍ପଷ୍ଟ ହୋଇନାହି ।

ଗତକାଲି ସକାଳ ୬ଟା ସୁଦ୍ଧା ମୁଣ୍ଡଳି ନିକଟରେ ସେକେଣ୍ଡ ପ୍ରତି ୫୮ ହଜାର ୨୦୦ କୁସ୍ୟେକ ଜଳ ପ୍ରବାହିତ ହେଉଥିବା ବେଳେ ମାତ୍ର ୨୪ ଘଂଟା ଭିତରେ ଏହା ୬ ଲକ୍ଷ ୮୩ ହଜାର କ୍ୟୁସେକ ଜଳକୁ ବୃଦ୍ଧି ପାଇଛି । ଏହା ସହ ନଦୀର ଜଳପତନ ନରାଜ ଠାରେ ୩ ଫୁଟ ବୃଦ୍ଧି ପାଇଛି । ଲଗାତର ଭାବେ ମୁଣ୍ଡଳୀର ଜଳପତନ ବୃଦ୍ଧି ପାଉଥିବା ବେଳେ ସମ୍ବଲପୁର ଓ ବୁର୍ଲାର ବାଦଲ ଫଟା ବର୍ଷା ଜଳ ଆଜି ସୁଦ୍ଧା ମୁଣ୍ଡଳୀରେ ପହଚିଂବ । ଏପଟେ ଆସନ୍ତାକାଲି ହୀରାକୁଦ ଗେଟ ଖୋଲାଯିବା ପରେ ଜଳଭଣ୍ଡାରର ଉଦବୃତ ଜଳ ୪୫ ଘଂଟା ମଧ୍ୟରେ ମୁଣ୍ଡଳୀରେ ପହଚିଂବାର ଥିବାରୁ ସ୍ଥିତି ଆହୁରି ବିଗିଡିବା ଆଶଙ୍କା ରହିଛି ।

ଲଘୁଚାପ ଜନିତ ଗଲାଣ ବର୍ଷା ଯୋଗୁ ପ୍ରାୟ ସବୁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧିରେ ଧିରେ ହ୍ରାସ ପାଉଛି । ହେଲେ ଏବେ ବି ବିପଦ ସଂକେତ ଉପରେ ବନ୍ୟାଜଳ ବହୁଛି । ତେବେ ମଥାନି ଠାରେ ଜଳସ୍ତର ବିପଦ ସଂକେତ ୫ ଦଶମିକ ୫୦ ମିଟର ଥିବା ବେଳେ ବର୍ତମାନ ଏଠାରେ ନଦୀ ୫ ଦଶମିକ ୬୪ ମିଟର ଉପରେ ପ୍ରବାହିତ ହେଉଛି । ତେବେ ଉପମୁଣ୍ଡରେ ବର୍ଷା ନଥିବାରୁ ବନ୍ୟା ଆଶଙ୍କା ନଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି ।

ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବିପଦ ସଂକେତ ଛୁଇଁଛି ବୈତରଣୀ । ଏଠାରେ ନଦୀର ବିପଦ ସଂକେତ ୧୭. ୮୩ ଫୁଟ ଥିବା ବେଳେ ଜଳସ୍ତର ବିପଦ ସଂକେତ ପାଖରେ ରହିଛି । ସ୍ପେଟେ ଆନନ୍ଦପୁର ଠାରେ ନଦୀର ବିପଦ ସଂକେତ ୩୮. ୩୬ ଥିବା ବେଳେ ଜଳସ୍ତର ଏବେ ୩୭.୦୮ ଫୁଟରେ ପ୍ରବାହିତ ହେଉଛି । ବୈତରଣୀ ବିପଦ ସଂକେତ ଛୁଇଁବା ଦ୍ୱାରା ଆଉ ୨ରୁ ୩ ଘଂଟା ମଧ୍ୟରେ ଭଣ୍ଡାରୀ ପୋଖରୀ ଓ ଧାମନଗରର ବିଭିନ୍ନ ପଂଚାୟତରେ ପାଣି ପଶିବାର ଆଶଙ୍କା ରହିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ତଳିଆ ଅଂଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛି ।

ବର୍ଷା ପାଣିରେ ବୁଡିଛି ପରିବା ଜମି । ଏ କ୍ଷେତ ହେଉଛି ମୁଣ୍ଡଳି ଅଂଚଳ । ୩ ଦିନର ବର୍ଷା ପରେ ମୁଣ୍ଡଳି ପାଣିରେ ବୁଡି ଯାଇଛି ଚଷା ଜମି । ଫଳରେ ପାଣିରେ ଡୁବିକି ରହିଛି ଏକର ଏକର ବାଇଗଣ ଚାଷ । ଫଳରେ ଚାଷୀର ନିଦ ହଜିଯାଇଛି । ସେପଟେ ଯାଜପୁରରେ ହେକ୍ଟର ହେକ୍ଟର ଧାନ ବିଲ ଦରିଆ ପାଲଟିଛି । ଧର୍ମଶାଳ ବ୍ଲକର ବିଭିନ୍ନ ଅଂଚଳରେ ବର୍ଷା ପାଣି ଜମି ରହିଛି । ଫଳରେ ଧାନ ଚାଷକୁ ନେଇ ଆଶଙ୍କ ସୃଷ୍ଟି ହୋଇଛି । କେବଳ ଧାନ ଜମି ନୁହେଁ ପନିପରିବା ଚାଷ ମଧ୍ୟ ଉଜୁଡି ଯିବାର ସମ୍ଭବାନ ରହିଛି ।

ମହାନଦୀରେ ଆସିପାରେ ମଧ୍ୟମ ଓ କ୍ଷୁଦ୍ର ବନ୍ୟା । ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କହିଛନ୍ତି । ଆଜି ସଂନ୍ଧ୍ୟା ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଜରୁରୀ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଏସଆରସି ସୂଚନା ଦେଇଛନ୍ତି ।