କନକ ବ୍ୟୁରୋ :  ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ । ପ୍ରଥମେ ୭ ନମ୍ବର ଗେଟ୍ ଖୋଲା ଯାଇଛି । ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ଗେଟ୍ ଖୋଲାଯିବ । ଏହି ୫ଟି ଗେଟ୍ ଦ୍ୱାରା ୭୫ ହଜାର କ୍ୟୁସେକ୍ ଜଳ ତଳମୁଣ୍ଡକୁ ନିଷ୍କାସିତ ହେବ ।

Advertisment

ହୀରାକୁଦ ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮ ହଜାର ୯୩୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୦ ହଜାର ୭୮୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏବେ କଲମାର ୬୬ଟି ଗେଟ୍ ଖୋଲା ରହିଛି । ଜୁନ୍ ୧୬ ତାରିଖରେ ଅକ୍ଟୋବର ୧ ତାରିଖ ଯାଏଁ କଲମାର ସମସ୍ତ ଗେଟ୍ ଖୋଲା ରହେ । ଏହାର ଉପରମୁଣ୍ଡରେ ଥିବା ବ୍ୟାରେଜ୍, ଡ୍ୟାମ୍ ଏବଂ ତାର ଅବବାହିକାରେ ଯେତେ ପାଣି ଆସିଥାଏ, ସେସବୁ ପାଣି ଏହି ସମୟରେ ନିଷ୍କାସନ କରାଯାଏ ।