ଜଗଦଲପୁର ଠାରୁ ଭୁବନେଶ୍ୱରକୁ ଗଡିଲା ହିରାଖଣ୍ଡ ଏକ୍ସପ୍ରେସ୍ : ବର୍ଷେ ପରେ ରେଳ ଯାତ୍ରାର ସୁବିଧା ପାଇଲେ ଲୋକେ

374

କନକ ବ୍ୟୁରୋ : ଦୀର୍ଘ ଏକ ବର୍ଷ ପରେ ଜଗଦଲପୁର ଠରୁ ଭୁବନେଶ୍ୱରକୁ ଗଡ଼ିଲା ହିରାଖଣ୍ଡ୍ ଏସ୍କପ୍ରେସ୍ । ରେଳଯାତ୍ରାର ସୁବିଧା ପାଇଲେ ଲୋକେ । ପଡ଼ୋଶୀ ରାଜ୍ୟରେ କରୋନାର ପରିସ୍ତିତି ଯେଭଳି ଲାଗିରହିଛି ତାକୁ ଆଖି ଆଗରେ ରଖି ସମସ୍ତ ସୀମାକୁ ସିଲ କରାଯାଇଥିବା ବେଳେ ଜଗଦଲପୁର ଠାରୁ ଭୁବନେଶ୍ୱରକୁ ଟ୍ରେନ ଚଳାଚଳ କରିବାକୁ ମିଳିଛି ଅନୁମତି । ଏଭଳି ପରିସ୍ଥିତିରେ କରୋନା ଚେନ କୁ ଭାଙ୍ଗିବା ପାଇଁ ଆମେ କେତେ ସଫଳ ହେବା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୋରାପୁଟ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଏହି ଟ୍ରେନର ସମୟ ମଧ୍ୟ ବଦଳିଛି । ରାଜଧାନୀରୁ ସନ୍ଧ୍ୟା ୭.୩୫ ମିନଟ୍ ରେ ଛାଡ଼ୁଥିବା ବେଳେ ଜୟପୁରରେ ସକାଳ ୧୦ ଟା ୧୦ ମିନଟ୍ ରେ ଓ ଜଗଦଲପୁରରେ ସକାଳ ୧୧ ଟା ୫୫ ମିନଟ୍ ରେ ପହଚୁଂଛି । ସେହିପରି ଜଗଦଲପୁର ଠାରୁ ସନ୍ଦ୍ୟା ୪.୩୦ ମିନଟ ରେ ଛାଡ଼ୁଥିବା ବେଳେ ଜୟପୁର ରେ ସନ୍ଧ୍ୟା ୫ .୪୫ ରେ ପହଚୁଂଛି ପୁଣି ଜୟପୁର ରୁ ବାହାରି ରାଜଧାନୀ ରେ ସକାଳ ୮ ଟା ୨୦ ମିନଟରେ ପହଚିଂବ । କୋଭିଡ଼ କଟକଣା କୁ ନେଇ ଯାତ୍ରୀ ନିଜେ ସୁରକ୍ଷିତ ରହି ଯାତାୟତ କରିବା ଆବଶ୍ୟକ ରହିଥିବା ବେଳେ ରେଳ ଫାଟକରେ କୋଭିଡ଼ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି ।